କାବୁଲ ଦୂତାବାସ ଅଞ୍ଚଳରେ ୨୩ଟି ରକେଟ୍‌ ମାଡ଼; ଅନ୍ୟୂନ ୮ ମୃତ

କାବୁଲ ଦୂତାବାସ ଅଞ୍ଚଳରେ ୨୩ଟି ରକେଟ୍‌ ମାଡ଼; ଅନ୍ୟୂନ ୮ ମୃତ

Image Courtesy of Hindustan Times

କାବୁଲ: ଶନିବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବ୍ୟାପକ ରକେଟ୍‌ ମାଡ଼ ହେବା କାରଣରୁ ଅନ୍ୟୂନ ୮ଜଣ ବ୍ୟକ୍ତଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀସୂତ୍ରରୁ ପ୍ରକାଶ।

କାବୁଲ ସହରରେ ଆତଙ୍କବାଦୀମାନେ ୨୩ଟି ରକେଟ୍‌ ନିକ୍ଷେପ କରିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣାରେ ୩୧ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଓ ଅନ୍ୟ ୩୧ ଜଣ ଆହତ ହୋଇଛନ୍ତି ବୋଲି ଆକ୍ରମଣ ଲାଗି ତାଲିବାନକୁ ଦାୟୀ କରି ଗୃହ ମନ୍ତ୍ରାଳୟର ମୁଖପାତ୍ର ତାରିକ ଆରିଆନ୍‌ କହିଛନ୍ତି। ପୁଲିସ ମଧ୍ୟ ମୃତ୍ୟୁସଂଖ୍ୟା ସୁନିଶ୍ଚିତ କରିଛି।

ଦୂତାବାସ ଓ ଆନ୍ତର୍ଜାତିକ କମ୍ପାନି ସବୁ ଥିବା ‘ଗ୍ରିନ୍‌ ଜୋନ୍‌’ ସମେତ କେନ୍ଦ୍ରୀୟ ଓ ଉତ୍ତର କାବୁଲର ବିଭିନ୍ନ ଭାଗରେ ସକାଳ ୯ଟା ପୂର୍ବରୁ ବହୁ ସଂଖ୍ୟକ ରକେଟ୍‌ ମାଡ଼ ହୋଇଥିବା ଜଣାପଡ଼ିଛି।

publive-image Image Courtesy of India Today

ପୂର୍ବରୁ ଗୃହ ବିଭାଗ ମୁଖପାତ୍ର ତାରିକ ଆରିଆନ୍‌ କହିଥିଲେ, ଆଜି ସକାଳେ ଆତଙ୍କବାଦୀମାନେ କାବୁଲ ସହର ଉପରକୁ ୧୪ଟି ରକେଟ୍‌ ନିକ୍ଷେପ କରିଛନ୍ତି। ଦୁର୍ଯୋଗକୁ ରକେଟ୍‌ ସବୁ ଜନବସତି ଅଞ୍ଚଳରେ ପଡ଼ିଛି।

ଏହି ଆକ୍ରମଣରେ ହାତ ନ ଥିବା କଥା ତାଲିବାନ କହିଥିବା ବେଳେ ଅନ୍ୟ କୌଣସି ସଂଗଠନ ଏଥିପାଇଁ ଦାୟୀ ବୋଲି ଦାବି କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe