କରାଚୀ: ପାକିସ୍ତାନ ଏବଂ ବେଲୁଚିସ୍ତାନ ବିଦ୍ରୋହୀମାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଅଧିକ ବ୍ୟାପକ ହୋଇଛି। ଆଜି ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷରେ ୪ ପୁଲିସ କର୍ମୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ଚାରି ଜଣ ଶ୍ରମିକ ମଧ୍ୟ ଅନ୍ତର୍ଭୁକ୍ତ। ସୂଚନା ଅନୁଯାୟୀ, ବେଲୁଚିସ୍ତାନ ପ୍ରଦେଶରେ ପୃଥକ ପୃଥକ ଘଟଣାରେ ଅଜ୍ଞାତ ବନ୍ଧୁକଧାରୀମାନେ ଚାରି ଜଣ ପୁଲିସ କର୍ମଚାରୀ ଏବଂ ଚାରି ଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ପ୍ରଥମ ଘଟଣା ଶନିବାର ଦିନ ନୋଶକି ସହରର ଘାରିବାବାଦ ଅଞ୍ଚଳରେ ଘଟିଥିଲା, ଯେଉଁଠାରେ ମୋଟରସାଇକେଲ ଆରୋହୀମାନେ ଏକ ପାଟ୍ରୋଲିଂ ପୁଲିସ ଦଳ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।
ସେପଟେ ବେଲୁଚିସ୍ତାନ ପୋଷ୍ଟ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓ ଅନୁସାରେ, ପାକିସ୍ତାନର କ୍ୱେଟାରେ ପୋଲିସ ପ୍ରତିବାଦକାରୀଙ୍କ ମୁଣ୍ଡରେ ସିଧାସଳଖ ଗୁଳି କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ବେଲୁଚିସ୍ତାନରେ ପ୍ରଦର୍ଶନକାରୀଙ୍କ ବିରୋଧରେ ପୁଲିସର ଗୁଳିଚାଳନା ଓ ଲାଠିମାଡ ଘଟଣାରେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସିଧାସଳଖ ଗୁଳିଚାଳନା ଯୋଗୁଁ ଆହତ ହୋଇଛନ୍ତି, ଯେତେବେଳେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।
ଦ୍ୱିତୀୟ ଆକ୍ରମଣଟି କଳାତର ମାଙ୍ଗୋଚର ସହରର ମଲାଙ୍ଗଜାଇ ଅଞ୍ଚଳରେ ଘଟିଥିଲା, ଯେଉଁଥିରେ ପଞ୍ଜାବ ପ୍ରଦେଶର ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଅଧିକାରୀ ହାସିମ ଖାନ ଗଣମାଧ୍ୟମକୁ କହିଛନ୍ତି ଯେ ପୁଲିସ କର୍ମଚାରୀଙ୍କ ମୃତଦେହକୁ ହସ୍ପିଟାଲକୁ ପଠାଯାଇଛି ଏବଂ ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରି ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। କଳାଟ ଡେପୁଟି ପୁଲିସ କମିଶନର ଜମିଲ ବାଲୋଚ୍ କହିଛନ୍ତି ଯେ ଦ୍ୱିତୀୟ ଆକ୍ରମଣରେ ପ୍ରଭାବିତ ଶ୍ରମିକମାନେ ପଞ୍ଜାବ ପ୍ରଦେଶର ସାଦିକାବାଦର ବାସିନ୍ଦା ଏବଂ ବୋରୱେଲ ଖୋଳିବାରେ ନିୟୋଜିତ ଥିଲେ। ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇନାହିଁ।

Follow Us