ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍‌ସ୍‌ପ୍ରେସ୍‌ୱେରେ ଧକ୍କା ଖାଇଲେ ଦୁଇଟି ଡବଲ୍‌-ଡେକର୍‌ ବସ୍‌; ୮ ମୃତ

Advertisment
ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍‌ସ୍‌ପ୍ରେସ୍‌ୱେରେ ଧକ୍କା ଖାଇଲେ ଦୁଇଟି ଡବଲ୍‌-ଡେକର୍‌ ବସ୍‌; ୮ ମୃତ

Image Courtesy of India Today

ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକସ୍‌ପ୍ରେସ୍‌ରେ ୨ଟି ଘରୋଇ ଡବଲ୍‌-ଡେକର୍‌ ବସ୍‌ ପରସ୍ପର ସହିତ ଧକ୍କା ଖାଇବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ କେତେଜଣ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଲୋନି କତ୍ରା ଥାନା ଅଞ୍ଚଳର ନାରାୟଣପୁର ଗ୍ରାମ ନିକଟରେ ଉପରୋକ୍ତ ବସ୍‌ ଦୁର୍ଘଟଣା ଘଟିଛି। ଦୁଇଟିଯାକ ବସ୍‌ ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆଗରେ ଯାଉଥିବା ବସ୍‌ଟି ହଠାତ୍‌ ଅଟକି ଯିବାରୁ, ପଛରେ ଅତି ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ତା’ ସହିତ ଧକ୍କା ଖାଇଥିଲା।

publive-image Image Courtesy of India Today

ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟର୍‌କୁ ନିଆଯାଇଛି। ଖବର ପାଇବା କ୍ଷଣି ବାରାବଙ୍କୀ ପୁଲିସ ପ୍ରଶାସନ ଦୁର୍ଘଟଣାସ୍ଥଳ‌କୁ ଧାଇଁ ଯାଇଥିଲେ। ଘଟଣାସ୍ଥଳରେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଦୁଃଖ ପ୍ରକାଶ କରିବା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ପୂର୍ବାଞ୍ଚଳ ଏକ୍ସ୍‌ପ୍ରେସ୍‌ୱେରେ ଘଟିଥିବା ସଡ଼କ ଦୁର୍ଘଟଣାଜନିତ ଜନହାନୀ ଅତ୍ୟନ୍ତ ଦୁଃଖଦାୟକ। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ବରାନ୍ବିତ କରିବା ଏବଂ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା କରାଇବା ଲାଗି ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରଭୁ ଶ୍ରୀରାମ ଦିବଂଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ଆହତମାନଙ୍କୁ ଶୀଘ୍ର ସୁସ୍ଥ କରି ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe