କୁମ୍ଭୀର ଆକ୍ରମଣ ପରେ ଚମ୍ବଲ ନଦୀର ଭାସିଗଲେ ୮ ଜଣ

Advertisment
କୁମ୍ଭୀର ଆକ୍ରମଣ ପରେ ଚମ୍ବଲ ନଦୀର ଭାସିଗଲେ ୮ ଜଣ

ଭୋପାଳ : ରାଜସ୍ଥାନରେ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଚମ୍ବଲ ନଦୀରେ ୮ ଜଣ ଭାସିଯାଇଛନ୍ତି । ଏହି ଲୋକମାନେ ଶିବପୁରୀ-ରାଜସ୍ଥାନ ସୀମାରେ ମାନବ ଶୃଙ୍ଖଳା ସୃଷ୍ଟି କରି ଚମ୍ବଲ ନଦୀ ପାର ହେଉଥିଲେ। ଏହି ସମୟରେ କୁମ୍ଭୀର ଆକ୍ରମଣ କରିବାରୁ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଫଳରେ ଗୋଡ଼ଖସିଯାଇ ଲୋକମାନେ ଭାସିଯାଇଥିଲେ । ସେମାନେ ରାଜସ୍ତାନରେ ଥିବା କୈଲାଦେବୀ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଓ ଅନ୍ୟମାନେ ନିଖୋଜ ଅଛନ୍ତି । ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ବୁଡ଼ାଳିଙ୍କ ସହାୟତା ନିଆଯାଇଛି । ତେବେ କିଛି ଲୋକ ପହଁରି ପହଁରି ନଦୀପାର ହୋଇ କୂଳରେ ପହଞ୍ଚିଛନ୍ତି ।

publive-image

ଦୁର୍ଘଟଣା ଖବର ପାଇବା ମାତ୍ରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହଇଚଇ ସୃଷ୍ଟି ହୋଇଥିଲା। ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଜସ୍ଥାନର ମୋରେନା, ଶିଓପୁର ଓ କରୌଲି ଜିଲ୍ଲାର ପ୍ରଶାସନ ଓ ପୁଲିସ ନିଖୋଜ ଲୋକଙ୍କୁ ଖୋଜୁଛି । ମୋରେନା ଜିଲ୍ଲାପାଳ କହିଛନ୍ତି ଯେ ପ୍ରାୟ ୧୭ ଜଣ ଲୋକ ପରସ୍ପରର ହାତ ଧରି ମାନବ ଶୃଙ୍ଖଳା ସୃଷ୍ଟି କରି ନଦୀ ପାର ହେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ  ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। କରୌଲି ଜିଲ୍ଲାପାଳ କହିଛନ୍ତି ଯେ  ଯଦି ଏହି ଲୋକମାନଙ୍କ ନଦୀ ପାର ହେବା  ବିଷୟରେ ପୂର୍ବରୁ ସୂଚନା ମିଳିଥାନ୍ତା, ତେବେ ଏକ ଡଙ୍ଗାର ବ୍ୟବସ୍ଥା କରାଯାଇଥାନ୍ତା। ହଠାତ୍ କିଛି ଲୋକ ଏଭଳି ଭାବେ ନଦୀ ପାର ହେଉଥିବା ଖବର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe