ଗୁଜରାଟର ଅହମଦାବାଦସ୍ଥିତ କୋଭିଡ୍-୧୯ ହସ୍ପିଟାଲ୍‌ରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ୮ ମୃତ; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଗୁଜରାଟର ଅହମଦାବାଦସ୍ଥିତ କୋଭିଡ୍-୧୯ ହସ୍ପିଟାଲ୍‌ରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ୮ ମୃତ; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Zee News

ଅହମଦାବାଦ: ଗତ ରାତିରେ ଗୁଜରାଟର ଅହମଦାବାଦସ୍ଥିତ ଏକ ଘରୋଇ କୋଭିଡ୍-୧୯ ହସ୍ପିଟାଲ୍‌ରେ (ଶ୍ରେ’)ଭୀଷଣ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଉକ୍ତ ହସ୍‌ପିଟାଲ୍‌ର ଚତୁର୍ଥ ତାଲାରେ ନିଆଁ ଲାଗିଥିଲା।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ପାଞ୍ଚ ଜଣ ପୁରୁଷ ଓ ତିନି ଜଣ ମହିଳା।

publive-image Image Courtesy of News18

ଅଗ୍ନିକାଣ୍ଡ ପରେ ପରେ ଅନ୍ୟ ୩୫ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାର ଇ‌େଣ୍ଟେନ୍‌ସିଭ୍ କେୟାର୍ ୟୁନିଟ୍‌ରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଆୟତ୍ତ କରିଥିବା ଜଣାପଡ଼ିଛି। ରାତି ପ୍ରାୟ ୨: ୩୦ରେ ଘଟିଥିବା ଏହି ଅଗ୍ନିକାଣ୍ଡ ଇଲେକ୍ଟ୍ରିକ୍ ସର୍ଟ-ସର୍କିଟ୍‌ ଯୋଗୁଁ ଘଟିଥିବା କୁହାଯାଉଛି।

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ କହିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଅହମଦାବାଦ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଦୁଃଖିତ। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ହୁଅନ୍ତୁ। ମୁଖ୍ୟମନ୍ତ୍ରୀ ବିଜୟରୂପାନି ଏବଂ ମେୟର୍ ଇବିଜା ପଟେଲ୍‌ଙ୍କ ସହ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛି। ପ୍ରଭାବିତମାନଙ୍କୁ ପ୍ରଶାସନ ଯଥା ସମ୍ଭବ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe