Image Source: Hindustan Times
ଲକ୍ଷ୍ନୌ: ଆଫଗାନିସ୍ତାନ ଏବଂ େଓ୍ଵଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ବିମାନ ଯୋଗେ ଆସିଥିବା ଜଣେ ଆଫଗାନୀ ନାଗରିକ ନିଜ ଉଚ୍ଚତା ଯୋଗୁଁ ରହିବା ପାଇଁ ଜାଗା ଟିକେ ପାଇବାକୁ ସମସ୍ୟାରେ ପଡ଼ିଛନ୍ତି।
ଶେର୍ ଖାଁ ନାମକ ସେ ବ୍ୟକ୍ତିଙ୍କର ଉଚ୍ଚତା ହେଉଛି ୮ ଫୁଟ୍। ସେ ରହିବା ପାଇଁ କେତେଗୁଡ଼ିଏ ହୋଟେଲ୍ ବୁଲି ସାରିଲେଣି, କିନ୍ତୁ ତାଙ୍କର ଉଚ୍ଚତା ଦେଖି କୌଣସି ହୋଟେଲ୍ ତାଙ୍କୁ ରହିବା ପାଇଁ କୋଠରି ଦେଉନାହାନ୍ତି ବୋଲି କୁହାଯାଉଛି।
ନୂଆ ସହରକୁ ଏକାକୀ ଆସିଥିବାରୁ ହତାଶ ହୋଇ ଖାଁ ଶେଷକୁ ପୁଲିସ ପାଖରେ ପହଞ୍ଚିଲେ। ମଙ୍ଗଳବାର ରାତିରେ ରହିବା ପାଇଁ ପୁଲିସ ତାଙ୍କ ପାଇଁ ନାକା ଅଞ୍ଚଳରେ ଥିବା ହୋଟେଲ୍ ରାଜଧାନୀରେ ବ୍ୟବସ୍ଥା କରାଇ ଦେଲେ।
Image Source: NDTVକବୁଲବାସୀ ସେଇ ଡେଙ୍ଗା ଲୋକଜଣଙ୍କୁ ଦେଖିପାଇଁ ହୋଟେଲ୍ ବାହାରେ ଶହ ଶହ ଲୋକ ଜମା ହୋଇଥିଲେ। ହୋଟେଲ୍ ମାଲିକାଣୀ ରାନୁ ବୁଧବାର ଦିନ କହିଛନ୍ତି: ତାଙ୍କୁ ଦେଖିବାକୁ ପ୍ରାୟ ୨୦୦ ଲୋକ ଆସିଥିଲେ। ଏଥିରେ ଖାଁ ଖୁବ୍ ବ୍ୟସ୍ତ ହୋଇପଡ଼ିଥିଲେ।
ହୋଟେଲ୍ ବାହାରେ ଜନଗହଳି ହେତୁ ମ୍ୟାଚ୍ ଦେଖାଇବାକୁ ପୁଲିସ ତାଙ୍କୁ ଏକନା ଷ୍ଟାଡିୟମ୍କୁ ବାଟ କଢ଼ାଇ ନେଇଥିଲା।
ଆଉ ଚାରି ପାଞ୍ଚ ଦିନ ପାଇଁ ଖାଁ ସହରରେ ରହିବେ ବୋଲି ରାନୁ କହିଛନ୍ତି।
Follow Us