କତାରରେ ୮ ପୂର୍ବତନ ନୌସେନା ଅଧିକାରୀ ଅଟକ

ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଚେଷ୍ଟା ଜାରି ରହିଛି: ଏମ୍‌ଇଏ

କତାରରେ ୮ ପୂର୍ବତନ ନୌସେନା ଅଧିକାରୀ ଅଟକ

ନୂଆଦିଲ୍ଲୀ : କତାରରେ ୮ ଜଣ ପୂର୍ବତନ ନୌସେନା ଅଧିକାରୀ ଅଟକ ଅଛନ୍ତି। ସେମାନଙ୍କୁ ‌ମୁକ୍ତ କରି ଭାରତ ଫେରାଇ ଆଣିବାପାଇଁ ସମସ୍ତ ଚେଷ୍ଟା ଜାରି ରହିଛି ବୋଲି ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପୂର୍ବତନ ନୌସେନା ଅଧିକାରୀ ଅଟକ ରହିବା ସଂକ୍ରାନ୍ତରେ ଏକ ଗଣମାଧ୍ୟମରେ ବିବୃତି ରଖି ବିଦେଶ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, କତାରରେ ୮ ଜଣ ପୂର୍ବତନ ନୌସେନା ଅଧିକାରୀ ଅଟକ ରହିବା ସଂକ୍ରାନ୍ତରେ ଆମେ ଅବଗତ ଅଛୁ। ସେମାନଙ୍କୁ ଆମେ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ଉକ୍ତ ୮ ଜଣ ପୂର୍ବତନ ‌ନୌସେନା ଅଧିକାରୀ କତାରରେ ଏକ ଘରୋଇ କମ୍ପାନି ପାଇଁ କାମ କରୁଥିବା ଜଣାପଡ଼ିଛି।

ବାଗ୍‌ଚି କହିଛନ୍ତି, ଅଟକ ଥିବା ପୂର୍ବ ନୌସେନା ଅଧିକାରୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛନ୍ତି। ସେମାନଙ୍କୁ ଫେରାଇ ଆଣିବାପାଇଁ ଆମେ କଥାବାର୍ତ୍ତା ଜାରି ରଖିଛୁ। ଦୂତାବାସ ସହାୟତା ପାଇଁ ଆମେ ଅନୁରୋଧ କରିଛୁ ବୋଲି ବାଗ୍‌ଚି କହିଛନ୍ତି। ଦୋହା ସ୍ଥିତ ଭାରତୀୟ ଦୂତାବାସ ଉକ୍ତ ପୂର୍ବତନ ନୌସେନା ଅଧିକାରୀଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ମନ୍ତ୍ରାଳୟ ଦ୍ବାରା ଗୁରୁବାର ଦିନ ୮ ପୂର୍ବତନ ନୌସେନା ଅଧିକାରୀ ଅଟକ ଥିବା ସ୍ପଷ୍ଟ କରାଯାଇଛି। କିନ୍ତୁ ସେମାନଙ୍କୁ କେଉଁ ଅଭିଯୋଗରେ ଅଟକ ରଖାଯାଇଛି ତାହା ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe