ଯୁକ୍ତରାଷ୍ଟ୍ର ଆମେରିକା ମଲ୍‌ ଗୁଳିକାଣ୍ଡରେ ୮ ଆହତ

Advertisment
ଯୁକ୍ତରାଷ୍ଟ୍ର ଆମେରିକା ମଲ୍‌ ଗୁଳିକାଣ୍ଡରେ ୮ ଆହତ

Image Courtesy of Hindustan Times

ଓ୍ଵାଓ୍ଵାଟୋସା: ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ମିଲ୍‌ଓ୍ଵାକି ଉପନଗରରେ ଥିବା ଏକ ମଲ୍‌ରେ ଗୁଳିକାଣ୍ଡ ଯୋଗୁଁ ଆଠଜଣ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଫେରାର ହୋଇଯାଇଥିବା କଥା ଓ୍ଵିସ୍‌କନ୍‌ସନ୍‌ ପୁଲିସ କହିଛି।
ଅପରାହ୍ଣ ୨:୫୦ରେ ମେ’ ଫେୟାର୍‌ ମଲ୍‌ରେ ଘଟିଥିବା ଏହି ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଓ୍ଵାଓ୍ଵାଟୋସା ପୁଲିସ ମୁଖ୍ୟ ବେରି େଓ୍ଵବର୍‌ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନାହାନ୍ତି। ସାତଜଣ ପ୍ରାପ୍ତବୟସ୍କ ଏବଂ ଜଣେ କିଶୋର ଏଥିରେ ଆହତ ହୋଇଥିଲେ ବି ସମସ୍ତେ ଜୀବିତ ଥିବା କଥା ସେ ଜଣାଇଛନ୍ତି। ଗୁଳି ଚଳାଇଥିବା ବ୍ୟକ୍ତି ଘଟଣାସ୍ଥଳରେ ନ ଥିବା କଥା ସେ କହିଛନ୍ତି।

publive-image Image Courtesy of NDTV

େଓ୍ଵବର୍‌ କହିଛନ୍ତି ଯେ, ଆହତମାନଙ୍କ ବୟାନକୁ ଆଧାର କରି ୨୦ରୁ ୩୦ ବର୍ଷ ବୟସ୍କ ସେହି ଶ୍ୱେତାଙ୍ଗ ସନ୍ଦିଗ୍ଧଙ୍କୁ ପୁଲିସ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।
ଓ୍ଵାଓ୍ଵାଟୋସା ମେୟର୍‌ ଡେନିସ୍‌ ମ୍ୟାକ୍‌ବ୍ରାଇଡ୍‌ ଏକ ବିବୃତିରେ କହିଛନ୍ତି ଯେ, ମେ’ ଫେୟାର୍‌ ମଲ୍‌ରେ ଗୁଳି ଚଳାଇବା ପରେ ସନ୍ଦିଗ୍ଧ ଫେରାର ହୋଇଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେମାନେ ଆଠରୁ ବାରଟି ଗୁଳି ଫୁଟିବା ଶବ୍ଦ ଶୁଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe