ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ, ଭାଙ୍ଗି ପଡ଼ିଲା ହୋଟେଲ୍‌ ଓ କୋଠା

Advertisment
ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ, ଭାଙ୍ଗି ପଡ଼ିଲା ହୋଟେଲ୍‌ ଓ କୋଠା

ଚେନ୍ନାଇ: ଆଜି ସକାଳେ ତାମିଲନାଡୁର କୃଷ୍ଣଗିରିରେ ଥିବା ଗୋଟାଏ ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆଉ କେତେଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ପାଖରେ ଥିବା ଗୋଟାଏ ହୋଟେଲ୍‌ ଭାଙ୍ଗିପଡ଼ିବା ସହିତ ଆଉ ୪ଟି କୋଠାଘର ମଧ୍ୟ ଆଂଶିକ ଭାଙ୍ଗିଯାଇଛି। ହୋଟେଲ୍‌ ଓ କୋଠାଘରର ଭଗ୍ନସ୍ତୂପ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ଏଯାବତ୍‌ ଗୁରୁତର ଆହତ ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ୧୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ପୁଲିସ କହିଛି।

ବିସ୍ଫୋରଣ ପରେ ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳ ଓ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ସହିତ ଘର ଭିତରେ ରହିଯାଇଥିବା ଲୋକମାନଙ୍କୁ ବାହାର କରିବାକୁ ଉଦ୍ୟମ କରୁଛନ୍ତି।

ଜିଲ୍ଲାପାଳ କହିଛନ୍ତି, ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଗୋଟାଏ ହୋଟେଲ୍‌ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଓ ନିକଟରେ ଥିବା ୩/୪ଟି କୋଠାଘର ମଧ୍ୟ ଆଶିଂକ ନଷ୍ଟ ହୋଇଯାଇଛି।

ଭଗ୍ନସ୍ତୂପ ତଳେ କେତେ ଲୋକ ପୋତି ହୋଇ ରହିଛନ୍ତି ତାହା ଉଦ୍ଧାରକାରୀ ଦଳ ଏଯାବତ ସୁନିଶ୍ଚିତ କରି କହି ପାରି ନାହାନ୍ତି।

ବିସ୍ଫୋରଣର କାରଣ ଜାଣିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe