ବିହାର କଂଗ୍ରେସ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ, କାରରୁ ଜବତ ହେଲା ୮ ଲକ୍ଷ ଟଙ୍କା

Advertisment
ବିହାର କଂଗ୍ରେସ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ, କାରରୁ ଜବତ ହେଲା ୮ ଲକ୍ଷ ଟଙ୍କା

photo-jagran.com

ପାଟନା: ବିହାରର ରାଜଧାନୀ ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି | ଆୟକର ବିଭାଗ ଏଠାରେ ଏକ କାରରେ ଥିବା ୮ ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏବଂ ବିହାରର କଂଗ୍ରେସ ପ୍ରଭାରୀ ଶକ୍ତି ସିଂ ଗୋହିଲଙ୍କୁ ପଚରାଉଚରା କରାଯାଇଛି। ତେବେ ଏ ନେଇ ଶକ୍ତି ସିଂ ଗୋହିଲ କହିଛନ୍ତି ଯେ ଏହି ଟଙ୍କା କାହାର, ସେ ଜାଣନ୍ତି ନାହିଁ |

ସୂଚନା ଅନୁଯାୟୀ, ପ୍ରାୟ ଏକ ଘଣ୍ଟା ଧରି ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଚାଲିଥିଲା। ଆୟକର ବିଭାଗ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଆୟକର ବିଭାଗ ଏହି ସମଗ୍ର ପ୍ରସଙ୍ଗରେ କଂଗ୍ରେସଠାରୁ ଉତ୍ତର ମାଗିଛି।

ଆୟକର ବିଭାଗ ବିହାର କଂଗ୍ରେସକୁ ପ୍ରଶ୍ନ କରିଛି ଯେ ପାଣ୍ଠି କେଉଁଠୁ ଆସିଛି ଏବଂ କେଉଁ ନେତା ଧରାପଡିଥିବା ବ୍ୟକ୍ତିଙ୍କୁ ଟଙ୍କା ଦେଇଛନ୍ତି। ତେବେ ଏହାକୁ ନେଇ ଶକ୍ତି ସିଂ ଗୋହିଲ ଆୟକର ବିଭାଗକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କାର୍ଯ୍ୟାଳୟ ବାହାରେ ଥିବା କାରରୁ ଟଙ୍କା ଜବତ ହେବା ପରେ ଆୟକର ବିଭାଗ ନୋଟିସ ଦେଇଛି। କାର୍ଯ୍ୟାଳୟ ଭିତରେ ଟଙ୍କା ଜବତ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe