୮ଟି ସହରରୁ ଅଯୋଧ୍ୟାକୁ ଉଡ଼ିବ ସିଧାସଳଖ ଫ୍ଲାଇଟ୍

Advertisment
୮ଟି ସହରରୁ ଅଯୋଧ୍ୟାକୁ ଉଡ଼ିବ ସିଧାସଳଖ ଫ୍ଲାଇଟ୍

ନୂଆଦିଲ୍ଲୀ: ରାମ ମନ୍ଦିର ଉଦଘାଟନ ପରେ ଦେଶ ତଥା ବିଶ୍ୱର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚୁଛନ୍ତି । ଦୈନିକ ଲକ୍ଷ ଲକ୍ଷ ଲୋକ ରାମଲଲ୍ଲାଙ୍କ ଦର୍ଶନ କରୁଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଯୋଧ୍ୟାରେ ପହଞ୍ଚିବା ପାଇଁ ବିମାନ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି।

ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁଗମ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୧ ଫେବୃଆରୀ ୨୦୨୪ରୁ ୮ଟି ନୂଆ ବିମାନ ମାର୍ଗ (ରୁଟ୍) ଆରମ୍ଭ କରିବାକୁ ଯାଉଛି । ନୂଆ ଉଡାନ ମାର୍ଗ ଅଯୋଧ୍ୟାକୁ ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ପାଟନା, ଦରଭଙ୍ଗା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହିତ ସଂଯୋଗ କରିବ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଶୁଭାରମ୍ଭ କରିବେ ଏବଂ ସ୍ପାଇସ୍ ଜେଟ୍ ବିମାନ ନୂଆ ମାର୍ଗରେ ଉଡ଼ିବ। ଖୁବଶୀଘ୍ର ଅନ୍ୟ ବିମାନ କମ୍ପାନିମାନେ ବି ଅଯୋଧ୍ୟାକୁ ବିମାନସେବା ଆରମ୍ଭ କରିବାର ସମ୍ଭାବନା ରହିଛି ।

ଚେନ୍ନାଇ-ଅଯୋଧ୍ୟା-ଚେନ୍ନାଇ ବିମାନ ପ୍ରତିଦିନ ଚଳାଚଳ କରିବ। ଅହମ୍ମଦାବାଦ-ଅଯୋଧ୍ୟା-ଅହମ୍ମଦାବାଦ ବିମାନ ବୁଧବାର ବ୍ୟତୀତ ଦୈନିକ ଚଳାଚଳ କରିବ। ମୁମ୍ବାଇ-ଅଯୋଧ୍ୟା-ମୁମ୍ବାଇ ବିମାନ ମଧ୍ୟ ଦୈନିକ ଚଳାଚଳ କରିବ। ଜୟପୁର-ଅଯୋଧ୍ୟା-ଜୟପୁର, ପାଟନା-ଅଯୋଧ୍ୟା-ପାଟନା, ଦରଭଙ୍ଗା-ଅଯୋଧ୍ୟା-ଦରଭଙ୍ଗା ବିମାନ ସପ୍ତାହକୁ ୪ ଦିନ ଚଳାଚଳ କରିବ ।ବେଙ୍ଗାଲୁରୁ-ଅଯୋଧ୍ୟା-ବେଙ୍ଗାଲୁରୁ ବିମାନ ବି ସପ୍ତାହକୁ ୪ ଦିନ ଚଳାଚଳ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe