ଅହମଦାବାଦ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ : ୮ ରୋଗୀଙ୍କ ମୃତ୍ୟୁ

ଅହମଦାବାଦ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ : ୮ ରୋଗୀଙ୍କ ମୃତ୍ୟୁ

Onmanorama

ଅହମଦାବାଦ୍‌ : ଗୁଜରାଟର ଅହମଦାବାଦ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୮ ଜଣ ରୋଗୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେମାନେ ସମ‌େସ୍ତ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଛନ୍ତି। ଆଇସିୟୁରେ ସର୍ଟ‌୍ ସର୍କିଟ୍‌ ଯୋଗୁଁ ନିଆଁ ଲାଗି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଜଣେ କର୍ମଚାରୀଙ୍କ ପିପିଇ କିଟ୍‌ରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ସେ ୱାର୍ଡ ବାହାରକୁ ଦୌଡ଼ି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ସମଗ୍ର ୱାର୍ଡକୁ ବ୍ୟାପି ଯାଇଥିଲା।

ଶ୍ରେୟ ହସ୍ପିଟାଲ୍‌ରେ ଆଜି ଭୋର ପ୍ରାୟ ୩ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ଦୁର୍ଘଟଣା ସମୟରେ ହସ୍ପିଟାଲ୍‌ରେ ପ୍ରାୟ ୪୫ ଜଣ ରୋଗୀ ଥିଲେ। ଅନ୍ୟ ରୋଗୀମାନଙ୍କୁ ସର୍ଦ୍ଦାର ବଲ୍ଲଭଭାଇ ପ‌ଟେଲ୍‌ ଇନ‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ‌୍‌ ହସ୍ପିଟାଲ୍‌କୁ ପଠାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ କଥା ‌ହୋଇଥିବା କହିଛନ୍ତି। ପ୍ରଭାବିତମାନଙ୍କୁ ପ୍ରଶାସନ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୋଦୀ ଆଶ୍ବାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ହସ୍ପିଟାଲ୍‌ ସିଲ୍‌ କରାଯାଇଛି।

ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ମିଳିବ ବୋଲି ମୋଦୀ କହିଛନ୍ତି। ଅନ୍ୟପକ୍ଷେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe