ବିସ୍ଫୋରଣ ଯୋଜନା କରୁଥିବା ୮ ଜଣ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କଲା ତାଲିବାନ

Advertisment
ବିସ୍ଫୋରଣ ଯୋଜନା କରୁଥିବା ୮ ଜଣ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କଲା ତାଲିବାନ

କାବୁଲ: ବଡଧରଣର ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ୮ ଜଣ କୁଖ୍ୟାତ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଛି ତାଲିବାନ | ତାଲିବାନ, ଆଫଗାନିସ୍ତାନର ପୂର୍ବ ଖୋସତ ପ୍ରଦେଶରେ ଆଠ ଜଣ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରିଛି। ସୂଚନା ନିର୍ଦ୍ଦେଶାଳୟର ମୁଖ୍ୟ ଶବବୀର ଅହମ୍ମଦ ଓସମାନି କହିଛନ୍ତି ଯେ ଆଫଗାନିସ୍ତାନର ଇସଲାମ ଏମିରେଟର ମୁଜାହିଦ୍ଦିନମାନେ ୮ ଜଣ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି।

ଆତଙ୍କବାଦୀମାନେ କାବୁଲର ୧୫୦ କିଲୋମିଟର ଦକ୍ଷିଣ-ପୂର୍ବରେ ବିସ୍ଫୋରଣ ସହ ଆକ୍ରମଣ କରିବାକୁ ଯୋଜନା କରୁଥିବା ସ୍ୱୀକାର କରିଛନ୍ତି। ଓସମାନିଙ୍କ ଅନୁଯାୟୀ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି | ସୂଚନା ଥାଉ କି ଅଗଷ୍ଟ ମଧ୍ୟଭାଗରେ ଆଫଗାନିସ୍ତାନରେ ତାଲିବାନ ଦାୟିତ୍ୱ ଗ୍ରହଣ କରିବା ପରେ ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଅଶାନ୍ତ ହୋଇପଡିଛି |

ବିଶେଷ କରି ତାଲିବାନ ଓ ଆଇଏସ ମଧ୍ୟରେ ମତଭେଦ ଯୋଗୁଁ ଉଭୟ ପରସ୍ପରକୁ ଆକ୍ରମଣ କରୁଛନ୍ତି | ପ୍ରକାଶ ଥାଉକି, ଗତ ସପ୍ତାହରେ ପୂର୍ବ ନଙ୍ଗରହର ପ୍ରଦେଶର ଜଲାଲାବାଦ୍ ସହରରେ ଆଇଏସ୍ ଆତଙ୍କବାଦୀଙ୍କ ଦ୍ୱାରା ଅନେକ ବୋମା ଆକ୍ରମଣ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe