ମଥୁରାରେ କୃଷ୍ଣ ଜନ୍ମଭୂମି- ଶାହି ଇଦ୍‌ଗା ବିବାଦ ପରିପ୍ରେକ୍ଷୀରେ ୟୁପିର ୮ ଜିଲ୍ଲା ହାଇ ଆଲର୍ଟରେ

Advertisment
ମଥୁରାରେ କୃଷ୍ଣ ଜନ୍ମଭୂମି- ଶାହି ଇଦ୍‌ଗା ବିବାଦ ପରିପ୍ରେକ୍ଷୀରେ ୟୁପିର ୮ ଜିଲ୍ଲା ହାଇ ଆଲର୍ଟରେ

Image Courtesy: Decan Harald

ମଥୁରା/ ଲକ୍ଷ୍ନୌ: କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ବିବାଦକୁ ନେଇ ବିଭିନ୍ନ ଅଦାଲତରେ ଦାଖଲ ହୋଇଥିବା ଏକାଧିକ ଆବେଦନ ପରିପ୍ରେକ୍ଷୀରେ ଅସାମାଜିକ ତତ୍ତ୍ୱମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଉତ୍ତରପ୍ରଦେଶର ଆଠଟି ଜିଲ୍ଲାକୁ ରାଜ୍ୟ ପୁଲିସ ହାଇ ଆଲର୍ଟରେ ରଖଛି।

ଆବେଦନକାରୀମାନେ ଶ୍ରୀକୃଷ୍ଣ ମନ୍ଦିର ପରିସରରେ ଅବସ୍ଥିତ ମସଜିଦରେ ମୁସଲମାନଙ୍କ ଉପସ୍ଥିତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ କରିିଛନ୍ତି। ଅନ୍ୟପକ୍ଷରେ ସେଠାରେ ହିନ୍ଦୁ ପୂଜାର ପ୍ରମାଣ ନିର୍ଣ୍ଣୟ କରିବା ପାଇଁ ମସଜିଦ ପକ୍ଷରୁ ଅନ୍ୟ ଏକ ଆବେଦନ ହୋଇଛି।

ତେବେ, ଏହା ପୂର୍ବରୁ ମହେନ୍ଦ୍ର ପ୍ରତାପ ସିଂ ଶାହି ଇଦ୍‌ଗାକୁ ସିଲ୍‌ କରିବା ଏବଂ ପ୍ରାଚୀନ ହିନ୍ଦୁ ଧାର୍ମିକ ପ୍ରତୀକ ନଷ୍ଟ ନହେବା ସୁନିଶ୍ଚିତ କରିବା ପାଇଁ ମଥୁରାର ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌ ନିକଟରେ ଏକ ଆବେଦନ କରିଛନ୍ତି।

ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଗ୍ରା ଜୋନ୍‌) ରାଜୀବ କୃଷ୍ଣ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ କେବଳ ବିବାଦୀୟ ସ୍ଥାନରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଗ୍ରା ଜୋନର ଆଠଟି ଜିଲ୍ଲାରେ ହାଇ ଆଲର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ମଥୁରା ଅନ୍ତର୍ଭୁକ୍ତ ରହିଛି।

publive-image Image Courtesy: Decan Harald

ଏଡିଜି କହିଛନ୍ତି ଯେ ଏହି ଅଞ୍ଚଳର ସମସ୍ତ ଆଠଟି ଜିଲ୍ଲାର ପୁଲିସ ମୁଖ୍ୟମାନଙ୍କୁ ଅସାମାଜିକ ତତ୍ତ୍ୱମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ କହଛନ୍ତି ଯେ ଯଦି କେହି ଧର୍ମ ନାମରେ ସମନ୍ଵୟକୁ ବାଧା ଦେବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମଥୁରା ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ଏସଏସପି) ଗୌରବ ଗ୍ରୋଭର କହିଛନ୍ତି ଯେ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଏବଂ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି।

ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌, ମଥୁରା ମଙ୍ଗଳବାର ଦିନ କହଥିଲେ ଯେ ମହେନ୍ଦ୍ର ପ୍ରତାପ ସିଂଙ୍କ ଦ୍ୱାରା ଶାହି ଇଦ୍‌ଗା ମସଜିଦ୍‌ ସିଲ୍‌ କରିବା ପାଇଁ ଦାଖଲ ହୋଇଥିବା ଆବେଦନର ପରବର୍ତ୍ତୀ ଶୁଣାଣି ଜୁଲାଇ ୧ରେ ହେବ। ମେ ୧୨ରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ମଥୁରା ଅଦାଲତଙ୍କୁ ଶ୍ରୀ କୃଷ୍ଣ ଜନ୍ମଭୂମି- ଶାହି ଇଦ୍‌ଗା ମସଜିଦ ବିବାଦର ସମସ୍ତ ମାମଲାକୁ ଚାରି ମାସ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe