ବାପା, ଜେଜେବାପାଙ୍କ ଦ୍ବାରା ଦୁଷ୍କର୍ମର ଶିକାର ନାବାଳିକା

Advertisment

ଗର୍ଭ ନଷ୍ଟ ପାଇଁ ହାଇକୋର୍ଟ ଦେଲେ ଅନୁମତି

ଗର୍ଭ ନଷ୍ଟ ପାଇଁ ହାଇକୋର୍ଟ ଦେଲେ ଅନୁମତି

ଝିଅକୁ ଗଣଦୁଷ୍କର୍ମର ୨୪ ଘଣ୍ଟା ନ ପୂରୁଣୁ ରହସ୍ୟଜନକ ଅବସ୍ଥାରେ ମିଳିଲା ବାପାର ମୃତଦେହ

timesnownews

ମଦୁରାଇ: ତାମିଲନାଡୁର ତାଞ୍ଜାଭୁର ଜିଲ୍ଲାରେ ଏକ ଅତ୍ୟନ୍ତ ଅମାନବୀୟ ଘଟଣା ନଜରକୁ ଆସିଛି। ଜଣେ ୧୫ ବର୍ଷୀୟ ନାବାଳିକା ନିଜ ବାପା ଏବଂ ଜେଜେବାପାଙ୍କ ଦ୍ବାରା ନିୟମିତ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇ ପଡ଼ିଥିଲେ। ତେବେ ଗର୍ଭ ନଷ୍ଟ କରିବାକୁ ମାଡ୍ରାସ ହାଇକୋର୍ଟ ଅନୁମତି ଦେଇଛନ୍ତି। ନାବାଳିକାର ମାଇଁ ନିଜ ଭାଣିଜୀର ଗର୍ଭ ନଷ୍ଟ କରିବାକୁ କୋର୍ଟରେ ଆବେଦନ କରିବା ପରେ କୋର୍ଟ ଏହାର ଶୁଣାଣି ଆରମ୍ଭ କରିଥିଲେ। ନାବାଳିକାର ଗର୍ଭ ନଷ୍ଟ କରିବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଆବେଦନକାରୀ ମାଇଁଙ୍କ କହିବା ଅନୁସାରେ, ଏହି ନାବାଳିକାର ମା’ ମରିଯିବା ପରେ ସେ ନିୟମିତ ବାପା ଓ ଜେଜେବାପାଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଆସୁଥିଲେ। ଏ ନେଇ ପୋକ୍‌ସୋ ଆକ୍ଟ ବଳରେ ଏକ ମାମଲା ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତ ବାପା ଓ ଜେଜେବାପା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ମାଡ୍ରାସ ହାଇକୋର୍ଟ ବିଚାରପତି ଆର୍‌. ପୋଙ୍ଗିଆପାନ ନାବାଳିକାର ଗର୍ଭ ନଷ୍ଟ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe