ମୋଦୀ ସରକାରଙ୍କ ୮ ବର୍ଷର ରିପୋର୍ଟ କାର୍ଡ

ଆଜିଠୁ ‌ମୋଦୀଙ୍କ ୩ ଦିନିଆ ଜର୍ମାନୀ, ୟୁଏଇ ଗସ୍ତ

Image Courtesy of India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ଇତିମଧ୍ୟରେ ୮ ବର୍ଷ ପୂରଣ ହୋଇଛି। ୨୭ ତାରିଖରୁ ୯ ବର୍ଷର ଶାସନ ଆରମ୍ଭ ହେବ। ୨୦୧୪ ମେ’ ୨୬ ତାରିଖରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଶପଥ ‌ନେଇଥିଲେ। ୨୦୧୯‌ରେ କ୍ଷମତାକୁ ଫେରି ମୋଦୀ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

୨୦୧୩ ସେପ୍ଟେମ୍ବରରେ ମୋଦୀଙ୍କୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରାଗଲା। ସେହି ସମୟରେ ସ୍ଲୋଗାନ ଥିଲା ବହୁତ୍ ହୋ ‌ଗୟି ମହଙ୍ଗାଇ କି ମାର୍‌, ଅବ୍‌ କି ବାର୍‌ ମୋଦୀ ସରକାର୍‌। ସେହିଭଳି ହମ୍ ମୋଦୀ ଜି କୋ ଲାନେ ୱାଲେ ହୈ, ଅଚ୍ଛେ ଦିନ ଆନେ ୱାଲେ ହୈ। ସେତେବେଳକୁ କଂଗ୍ରେସର ୧୦ ବର୍ଷର ଶାସନରେ ଲୋକମାନେ ମଧ୍ୟ ଅତିଷ୍ଠ ହୋଇଯାଇଥିଲେ। ଫଳରେ ୨୦୧୪ ନିର୍ବାଚନରେ ବିଜେପି ୨୮୨ ଲୋକସଭା‌ ଆସନରେ ଜିତିଥିଲା ଏବଂ ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବି ବିଜେପିକୁ ଆହୁରି ବଡ଼ ସଫଳତା ମିଳିଥିଲା। ୨୦୧୪ରୁ ‌ମୋଦୀ ୮ ବର୍ଷ କ୍ଷମତାରେ ରହିଲେଣି। ଏହି ସମୟ ମଧ୍ୟରେ ଦେଶରେ ଅନେକ କିଛି ପରିବର୍ତ୍ତନ ବି ଆସିଛି। କୃଷି ଠାରୁ ଆରମ୍ଭ କରି, ଦରଦାମ, ଶିକ୍ଷା, ନିଯୁକ୍ତି, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ମୋଦୀ ସରକାର କେତେ ସଫଳ ଓ ବିଫଳ ହୋଇଛନ୍ତି ତାହାର ରିପୋର୍ଟ ଏଠାରେ ପ୍ରଦାନ କରାଯାଇଛି।

publive-image

publive-image

ଏହି ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼େ କୃଷକଙ୍କ ମାସିକ ଆୟ ୧୦୨୪୮ ଟଙ୍କାକୁ ବୃଦ୍ଧି ପାଇଛି। ମୋଦୀ ସରକାରଙ୍କ ଅମଳରେ ଦେଶର ମୋଟ ଘରୋଇ ଉତ୍ପାଦ ୨୩୨.୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମୁଦ୍ରସ୍ଫୀତି ୭.୭୯ ପ୍ରତିଶତକୁ ହ୍ରାସପାଇଛି। ଶିକ୍ଷା ବଜେଟ ୧.୦୪ ଲକ୍ଷ କୋଟି ଟଙ୍କା‌କୁ ବଢ଼ିଛି। ଦେଶରେ ନିଯୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୩୯.୯୮ କୋଟି ଥିବାବେଳେ ସ୍ବାସ୍ଥ୍ୟ ବଜେଟ ୮୬୬୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe