‘ଗୁପ୍ତଚର’ ସନ୍ଦେହରେ ପାକିସ୍ତାନ ଜେଲରେ ୮ ବର୍ଷ କାଳ ବନ୍ଦୀ ଜୀବନ ବିତାଇବା ପରେ ଘରକୁ ଫେରିଲେ ଭାରତୀୟ ନାଗରିକ

Advertisment
‘ଗୁପ୍ତଚର’ ସନ୍ଦେହରେ ପାକିସ୍ତାନ ଜେଲରେ ୮ ବର୍ଷ କାଳ ବନ୍ଦୀ ଜୀବନ ବିତାଇବା ପରେ ଘରକୁ ଫେରିଲେ ଭାରତୀୟ ନାଗରିକ

12 hours ago उत्तर प्रदेश समाचार | यूपी (न्यूज़) - Punjab Kesari

ନୂଆଦିଲ୍ଲୀ: ଶାମ୍‌ସୁଦ୍ଦିନ୍‌ ନାମକ ଜନୈକ ଭାରତୀୟ ନାଗରିକଙ୍କୁ ଗୁପ୍ତଚର ସନ୍ଦେହରେ ପାକିସ୍ତାନ ଦୀର୍ଘ ୮ ବର୍ଷ କାଳ ବନ୍ଦୀକରି ରଖିବା ପରେ ଶେଷରେ ମୁକ୍ତ କରିଥିବା ଜାଣିବାକୁ ମିଳିଛି। ରିପୋର୍ଟରୁ ପ୍ରକାଶ, ପାକିସ୍ତାନ କର୍ତ୍ତୃପକ୍ଷ ତାଙ୍କୁ ଭାରତୀୟ ଗୁପ୍ତଚର ସନ୍ଦେହରେ ଗିରଫ କରିବା ପରେ କରାଚି କୋଟ ତାଙ୍କୁ ଗୁପ୍ତଚର ତଥା ଜାଲ୍‌ ପାସପୋର୍ଟ ରଖିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

୧୯୯୨ରେ, କାନପୁର କାଙ୍ଗି ମୋହଲ କାକହାଟାର ବାସିନ୍ଦା ଶାମସୁଦ୍ଦିନ ଚାକିରି ଖୋଜିବା ପାଇଁ କାନପୁର ଛାଡି ଦିଲ୍ଲୀ ଯାଇଥିଲେ। କିନ୍ତୁ ପାକିସ୍ତାନର ଜଣେ ସମ୍ପର୍କୀୟ ତାଙ୍କୁ ବିଭ୍ରାନ୍ତ କରି ବେଆଇନ୍‌ କାଗଜପତ୍ର ଜରିଆରେ ପାକିସ୍ତାନ ନେଇ ଯାଇଥିଲା। ୨୦୧୨ରେ ଯେତେବେଳେ ସେ ତାଙ୍କ ପାସପୋର୍ଟକୁ ନବୀକରଣ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କୁ ଗୁପ୍ତଚର ତଥା ଜାଲ୍‌ ପାସପୋର୍ଟ ରଖିଥିବା ହେତୁ ଗିରଫ କରାଯାଇଥିଲା। ପରେ ତାଙ୍କୁ କରାଚି କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ଏବେ ଦଣ୍ଡ ଶେଷ ହେବା ପରେ ଶାମସୁଦ୍ଦିନଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ଜେଲରୁ ମୁକ୍ତ ହେବାପରେ କାନପୁରର ୭୦ ବର୍ଷ ବୟସ୍କ ଶାମସୁଦ୍ଦିନ ଶେଷରେ କାନପୁରରେ ନିଜ ଜନ୍ମସ୍ଥାନକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe