୮ ୟୁଟ୍ୟୁବ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ବ୍ଲକ୍‌

Advertisment
୧୦ ୟୁଟ୍ୟୁବ୍‌ ଚ୍ୟାନେଲର ୪୫ ଭିଡିଓ ନିଷିଦ୍ଧ

Entrepreneur

ନୂଆଦିଲ୍ଲୀ: ପାକିସ୍ତାନର ଏକ ୟୁଟ୍ୟୁବ୍‌ ନ୍ୟୁଜ୍‌ ଚ୍ୟାନେଲ ସମେତ ମୋଟ୍ ୮ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍‌ କରିବାପାଇଁ କେନ୍ଦ୍ର ସରକାର ଆଜି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଉକ୍ତ ଚ୍ୟାନେଲଗୁଡ଼ିକ ଦେଶବିରୋଧୀ ଖବର ପ୍ରସାରଣ କରୁଥିଲେ। ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରିବା ପାଇଁ ବିଭିନ୍ନ ମିଛ ଖବର ଏବଂ ଭାରତର ବିଦେଶ ବ୍ୟାପାର ସଂକ୍ରାନ୍ତରେ ଡାହା ମିଛ ପ୍ରସାର କରୁଥିବାରୁ କେନ୍ଦ୍ର ସୂଚନା ଏବଂ ପ୍ରସାର ମନ୍ତ୍ରାଳୟ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ ହୋଇଛି। ବ୍ଲକ୍‌ ଚ୍ୟାନେଲ ଗୁଡ଼ିକର ମୋଟ୍‌ ୧୧୪ କୋଟିରୁ ଅଧିକ ଦର୍ଶକ ଅଛନ୍ତି ଏବଂ ଏଗୁଡ଼ିକୁ ୮୫ ଲକ୍ଷରୁ ଅଧିକ ୟୁଜର୍‌ ସବସ୍କ୍ରାଇବ୍‌ କରିଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ପାକିସ୍ତାନର ନ୍ୟୁଜ୍‌ କି ଦୁନିୟା’ ୟୁଟ୍ୟୁବ୍‌ ଚ୍ୟାନେଲର ୯୭ ହଜାର ସବ୍‌ସ୍କ୍ରାଇବର ଅଛନ୍ତି। ସେହିପରି ଭାରତରୁ ଅନ୍ୟ ୭ଟି ୟୁଟ୍ୟୁବ ଚ୍ୟ‌ାନେଲ ତଥା ଲୋକତନ୍ତ୍ର ଟିଭି (୧୨.୯୦ ଲକ୍ଷ ସବ୍‌ସ୍କ୍ରାଇବର), ୟୁ ଆଣ୍ଡ୍‌ ଭି ଟିଭି (୧୦.୨୦ ଲକ୍ଷ ସବ୍‌ସ୍କ୍ରାଇବର), ଏଏମ୍‌ ରାଜ୍‌ଭି (୯୫,୯୦୦ ସବ୍‌ସ୍କ୍ରାଇବର), ସରକାରୀ ଅପ‌ଡେଟ୍‌ (୮୦,୯୦୦) ଏବଂ ଅନ୍ୟ ଚ୍ୟାନେଲ୍‌ମାନଙ୍କର ମଧ୍ୟ ଲକ୍ଷାଧିକ ସବ୍‌ସ୍କ୍ରାଇବର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe