Image Courtesy of The Guardian
ଦୁବାଇ: ଇରାକ୍ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍ବେସ୍ ଉପରେ ତେହେରାନ୍ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରିବାରୁ ଅନ୍ୟୂନ ୮୦ ଜଣ ‘ଆମେରିକୀୟ ଆତଙ୍କବାଦୀ’ ନିହତ ହୋଇଥିବା କଥା ବୁଧବାର ଦିନ ଇରାନ୍ର ସରକାରୀ ଟେଲିଭିଜନ୍ କହିଛି। କୌଣସି ଗୋଟିଏ ହେଲେ କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରାଯାଇ ନାହିଁ ବୋଲି ଇରାନୀୟ ଟେଲିଭିଜନ୍ ଖବର ପ୍ରସାରଣ କରିଛି। ସୂଚନାଯୋଗ୍ୟ, କାଶିମ୍ ସୁଲେମାନିଙ୍କ ହତ୍ୟା ପରେ ଇରାନ୍ ଆମେରିକୀୟ ସେନାକୁ ଆତଙ୍କବାଦୀ ବାହିନୀ ବୋଲି ଘୋଷଣା କରିଛି।
ଇରାନ୍ ସେନା ‘ରିଭୋଲ୍ୟୁସ୍ନାରି ଗାର୍ଡ’ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରକୁ ଉଦ୍ଧାର କରି ଇରାନୀ ଟେଲିଭିଜନ୍ ଆହୁରି ମଧ୍ୟ କହିଛି ଯେ ଯଦି ଓ୍ଵାସିଂଟନ୍ କୌଣସି ପ୍ରତିହିଂସାତ୍ମକ ପଦକ୍ଷେପ ଗ୍ରହଣ କରେ ଆମେ ଆହୁରି ଅନ୍ୟାନ୍ୟ ୧୦୦ଟି ସ୍ଥାନରେ ଆକ୍ରମଣ କରିବାକୁ ସ୍ଥିର କରିଛୁ। କ୍ଷେପଣାସ୍ତ୍ର ମାଡ଼ରେ ଯୁକ୍ତରାଷ୍ଟ୍ର ଆମେରିକାର ହେଲିକପ୍ଟର୍ ଏବଂ ସାମରିକ ଉପକରଣ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
Image Courtesy of The Economics Timesଇରାନୀୟ କମାଣ୍ଡର୍ କାଶିମ୍ ସୁଲେମାନିଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଡ୍ରୋନ୍ ଦ୍ୱାରା ଆକ୍ରମଣ କରି ହତ୍ୟା କରିବା ପରେ ବୁଧବାର ପ୍ରତ୍ୟୁଷରେ ଇରାନ୍ ଇରାକ୍ଠାରେ ଥିବା ଦୁଇଟି ଏୟାର୍ବେସ୍ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହା ଫଳରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ଉପୁଜିଥିବା କଥା କୁହାଯାଉଛି।
Follow Us