ମୋଦି ସରକାରଙ୍କ ଅମଳରେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ରାଶି ୮୦ ପ୍ରତିଶତ କମିଛି

Advertisment
ମୋଦି ସରକାରଙ୍କ ଅମଳରେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଜମା ରାଶି ୮୦ ପ୍ରତିଶତ କମିଛି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଶାସନ କାଳରେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟ କଳାଧନ ମହଜୁଦ୍‌କାରୀମାନେ ଜମା ରାଶି ବଢ଼ାଇ ଚାଲିଛନ୍ତି ବୋଲି ୨୦୧୭ ମସିହାରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଅସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଏ ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପିୟୂଷ ଗୋଏଲ ମଙ୍ଗଳବାର ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କି ସୁଇସ୍‌ ନ୍ୟାସ୍‌ନାଲ୍‌ ବ୍ୟାଙ୍କ(ଏସ୍‌ଏନ୍‌ବି)ରେ ପୂର୍ବ ଅପେକ୍ଷା ଭାରତୀୟ ଜମାକାରୀଙ୍କର ଜମାରାଶି ୮୦ ପ୍ରତିଶତ ହ୍ରାସ ପାଇଛି।

ସେ ଆହୁରି ବି ସ୍ପଷ୍ଟ କରି କହିଛନ୍ତି ଯେ, ଗତ ବର୍ଷ ଏହି ଜମା ରାଶି ୩୪.୫ ପ୍ରତିଶତ ହ୍ରାସ ପାଇଥିଲା। ୨୦୧୩ରୁ ୨୦୧୮ ମଧ୍ୟରେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟଙ୍କ ଖାତାରେ ଜମା ରାଶି ସୁମଦାୟ ୮୦ ପ୍ରତିଶତ କମ୍‌ ହୋଇଥିବା ରିପୋର୍ଟ ରହିଛି।

publive-image

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୁଇସ୍‌ ବ୍ୟାଙ୍କ୍‌ରୁ ମିଳିଥିବା ତଥ୍ୟ ଗଣମାଧ୍ୟମ ହାତରେ ପଡ଼ିବା ଦ୍ୱାରା ଏହା ଭୁଲ୍‌ ଭାବେ ପ୍ରସାରିତ ହୋଇଛି।

ଏ ନେଇ ସୁଇସ୍‌ ଆମ୍ବାସଡର ଆଣ୍ଡ୍ରେସ୍‌ ବମ୍‌ ପିୟୂଷ ଗୋଏଲଙ୍କ ନିକଟକୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ‘ଭାରତୀୟମାନେ ସୁଇଜର୍‌ଲାଣ୍ଡରେ ଜମା କରୁଥିବା ଅର୍ଥ କଳାଧନ ନୁହେଁ।

publive-image

ଏସ୍‌ଏନ୍‌ବି ପକ୍ଷରୁ ପ୍ରକାଶ ପାଇଥିବା ଏକ ସରକାରୀ ରିପୋର୍ଟରୁ ସ୍ପଷ୍ଟ ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକାଳ ସମୟରେ କିପରି ଭାବେ ସୁଇସ୍‌ ବ୍ୟାଙ୍କ୍‌ରେ ଭାରତୀୟ ଜମା ରାଶି ହ୍ରାସ ପାଇଛି।

ସେଥିରେ ଆହୁରି ଏକ କଥା ବି ଉଲ୍ଲେଖ କରାଯାଇଛି ଯେ ୨୦୧୭ ମସିହା ଡିସେମ୍ବର ୨୧ ତାରିଖରେ ଭାରତର ସୁଇଜରଲାଣ୍ଡ ସହିତ ଏକ ଚୁକ୍ତି ହୋଇଥିଲା। ସେହି ଚୁକ୍ତି ମୁତାବକ ଅନ୍ତର୍ଜାତୀୟ ମାନ ଅନୁଯାୟୀ ୨ ଦେଶ ୨୦୧୮ ମସିହା ଜାନୁଆରି ପହିଲାରୁ ବିଶ୍ୱସ୍ତରୀୟ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଯୋଗାଡ଼ ହୋଇଥିବା ସମସ୍ତ ତଥ୍ୟ ୨୦୧୯ରେ ଆଦାନ-ପ୍ରଦାନ ହେବ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe