ଦେଶ‌ରେ ୮୦ ହଜାର ନୂଆ ମାମଲା, ସଂକ୍ରମଣ ୬୨ ଲକ୍ଷ ଟପିଲା‌

Advertisment
ବିଧାନସଭାରେ ୭୫୭ ଜଣଙ୍କର ନମୁନା ସଂଗ୍ରହ

ନୂଆଦିଲ୍ଲୀ ଦେଶରେ କରୋନା ସଂକ୍ରମଣ ମାମଲା ଆଜି ୬୨ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୦ ହଜାର ୪୭୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୧୧୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୬୨ ଲକ୍ଷ ୨୫ ହଜାର ୭୬୩କୁ ବୃଦ୍ଧି ପାଇଥିବା ବେଳେ ୯୭ ହଜାର ୪୯୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୫୧ ଲକ୍ଷ ୮୭ ହଜାର ୮୨୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୮୩.୩୩ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୪୪୧ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୫.୧୧ ପ୍ରତିଶତ। ମୃତ୍ୟୂ ହାର ମଧ୍ୟ ୧.୫୭ ପ୍ରତିଶତକୁ ଖସିଆସିଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ମୋଟ୍‌ ୭ କୋଟି ୪୧ ଲକ୍ଷ ୯୬ ହଜାର ୭୨୯ ନମୁନା ପରୀକ୍ଷା ହୋଇଛି। ଗତକାଲି କେବଳ ୧୦ ଲକ୍ଷ ୮୬ ହଜାର ୬୮୮ ନମୁନା ପରୀକ୍ଷା ହୋଇଛି। ଗତକାଲି ମହାରାଷ୍ଟ୍ରରେ ସର୍ବାଧିକ ୪୩୦ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ୩୬ ହଜାର ୧୮୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe