ABP News
ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ପରେଟିଭ୍ (ପିଏମ୍ସି) ବ୍ୟାଙ୍କ୍ ଦୁର୍ନୀତି ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ପିଏମ୍ସି ବ୍ୟାଙ୍କ୍ ଦୁର୍ନୀତିରେ ନିଜର କଷ୍ଟାର୍ଜିତ ଲକ୍ଷ ଲକ୍ଷ ଟଙ୍କାର ଜମାରାଶି ହରାଇ ହଜାର ହଜାର ଜମାକାରୀ ଏବେ ସବୁଆଡ଼ୁ ନିରାଶ ହୋଇ ଅତ୍ୟନ୍ତ ହତୋତ୍ସାହିତ ଅବସ୍ଥାରେ ଜଣଙ୍କ ପରେ ହୃଦାଘାତରେ ମୁତ୍ୟୁବରଣ କରିବା ଘଟଣା ଚିନ୍ତାର କାରଣ ପାଲଟିଛି। ପିଏମ୍ସି ବ୍ୟାଙ୍କ୍ରେ ନିଜର ଲକ୍ଷାଧିକ ଟଙ୍କା ଜମା ରଖିଥିବା ମୂରଲୀଧର ଧାରା ନାମକ ଜନୈକ ୮୦ ବର୍ଷ ବୟସ୍କ ଜମାକାରୀ ଏହି ଦୁର୍ନୀତିରେ ତାଙ୍କର ସମସ୍ତ ଜମାଟଙ୍କା ବୁଡ଼ି ଯାଇଥିବା ଜାଣିବା ପରେ ଆଜି ଅପରାହ୍ଣରେ ହୃଦାଘାତରେ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି।
ସେହିପରି ଏହି ଘଟଣାର ଦୁଇଦିନ ପୂର୍ବରୁ ମୁମ୍ବାଇ ଓ୍ଵସିଓ୍ଵାରାର ସଞ୍ଜୟ ଗୁଲାଟି ନାମକ ଅନ୍ୟଜଣେ ୫୧ ବର୍ଷ ବୟସ୍କ ଅନ୍ୟଜଣେ ଜମାକାରୀ ପିଏମ୍ସି ବ୍ୟାଙ୍କ୍ ଦୁର୍ନୀତିରେ ନିଜର ୯୦ ଲକ୍ଷର ସଂଚିତ ଜମା ହରାଇଥିବା ଜାଣିବା ପରେ ହୃଦାଘାତରେ ମୁତ୍ୟୁବରଣ କରିଥିଲେ।
Mumbai Mirrorକେବଳ ମାତ୍ର ମୂରଲୀଧର ଧାରା ଓ ସଞ୍ଜୟ ଗୁଲାଟି ନୁହନ୍ତି ଆହୁରି ଅନ୍ୟ ଦୁଇଜଣ ଜମାକାରୀ ମଧ୍ୟ ପିଏମ୍ସି ବ୍ୟାଙ୍କ୍ ଦୁର୍ନୀତିରେ ସେମାନଙ୍କ ଜମାଟଙ୍କା ବୁଡ଼ି ଯାଇଥିବା ଜାଣିବା ପରେ ପୂର୍ବରୁ ହୃଦାଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।
Follow Us