Healthline
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୮୦ ବର୍ଷ ପୁରୁଣା କଫି ନିୟମ ଉଚ୍ଛେଦ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେହି ସ୍ଥାନର ଏକ ନୂଆ ନିୟମ ଅଣାଯିବ ଯାହା ବର୍ତ୍ତମାନ ସମୟ ପାଇଁ ପ୍ରାସଙ୍ଗିକ। ୧୯୪୨ରେ କଫି ନିୟମ ଲାଗୁ କରାଯାଇଥିଲା ଯାହା ସେହି ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିଲା। ପୁରୁଣା ନିୟମରେ ଥିବା ବହୁ ବ୍ୟବସ୍ଥା ଆଜିର ଦିନ ପାଇଁ ପ୍ରାସଙ୍ଗିକ ରହିନାହିଁ। ତେଣୁ ସରକାର ନୂଆ କଫି (ପ୍ରସାର ଓ ବିକାଶ) ବିଲ୍, ୨୦୨୨ ଆଣିବାକୁ ଯୋଜନା ରଖିଛନ୍ତି। ସଂସଦର ଚଳିତ ମୌସୁମୀ ଅଧିବେଶନରେ ତାହାକୁ ଉପସ୍ଥାପନ କରାଯାଇପାରେ।
ନୂଆ ନିୟମରେ କଫି ବୋର୍ଡର କାର୍ଯ୍ୟକାରିତାରେ ପରିବର୍ତ୍ତନ ଅଣାଯିବ।
ବହୁ ନୂଆ ଦାୟିତ୍ବ ବୋର୍ଡକୁ ଦିଆଯିବ। ଉତ୍ପାଦନଠାରୁ ଆରମ୍ଭ କରି ଗୁଣାତ୍ମକ ମାନ, ମାର୍କେଟିଂ, ଗବେଷଣା ଓ ବିକାଶ ଏବଂ ବଜାର ଆଦି ବହୁ କ୍ଷେତ୍ରରେ କାମ କରିବାକୁ ବୋର୍ଡକୁ କୁହାଯିବ। କଫି ଚାଷ କରୁଥିବା ଚାଷୀ ଓ ସେଥିରେ ନିୟୋଜିତ ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା ଲାଗି ମଧ୍ୟ ନୂଆ ନିୟମରେ ବ୍ୟବସ୍ଥା ରହିବ। କଫି ଉଦ୍ୟୋଗର ପ୍ରଚାର ପ୍ରସାର ଲାଗି ମଧ୍ୟ ସେଥିରେ ବ୍ୟବସ୍ଥା ରହିବ। ବିଦେଶରେ ଲୋକମାନେ ପାଉଥିବା ମାନର କଫି ଯେଭଳି ଭାରତୀୟମାନେ ପିଇବାର ସୁଯୋଗ ପାଇବେ ତାହାକୁ ଏଥିରେ ନିଶ୍ଚିତ କରାଯିବ। ଏକ ନିର୍ଦିଷ୍ଟ ସମୟ ସୀମା ଭିତରେ ପଞ୍ଜୀକରଣ ସାର୍ଟିଫିକେଟ୍ ଜାରି କରିବାର ବ୍ୟବସ୍ଥା ନୂଆ ନିୟମରେ ରହିବ।
Follow Us