ଅଫିସ ଆସି କାମ କରିବା ପାଇଁ କହିବାରୁ ଇସ୍ତଫା ଦେଲେ ୮୦୦ କର୍ମଚାରୀ

Advertisment
ଅଫିସ ଆସି କାମ କରିବା ପାଇଁ କହିବାରୁ ଇସ୍ତଫା ଦେଲେ ୮୦୦ କର୍ମଚାରୀ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୦ରୁ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ସଂକ୍ରମଣକୁ କମ କରିବା ପାଇଁ ସାରା ବିଶ୍ବରେ 'ୱାର୍କ ଫ୍ରମ ହୋମ୍' ସୁବିଧା ଆରମ୍ଭ ହୋଇଥିଲା। ଲୋକେ ଘରେ ରହି ନିଜ ନିଜର କାମ କରୁଥିଲେ। ଏବେ କରୋନା ସଂକ୍ରମଣ କମ ହେବା ସହ ଟିକାକରଣ ଶେଷ ପର୍ଯ୍ୟାୟରେ ଥିବାରୁ ବିଭିନ୍ନ କମ୍ପାନି ନିଜ ନିଜର କର୍ମଚାରୀଙ୍କୁ ଅଫିସ ଆସି କାମ କରିବାକୁ କହିବା ଆରମ୍ଭ କରିଛି। ହେଲେ ୨ବର୍ଷ କାଳ ଘରେ ରହି କାମ କରିବା ପରେ କିଛି କର୍ମଚାରୀ ଏବେ ଆଉ ଅଫିସ ଯିବା ମଙ୍ଗୁନଥିବା ଜଣାପଡ଼ିଛି।

ଅଫିସରୁ କାମ କରିବାକୁ କୁହାଯିବାରୁ ହ୍ବାଇଟ୍ ହ୍ୟାଟ ଜୁନିୟରର ୮୦୦ କର୍ମଚାରୀ ଗତ ଦୁଇ ମାସ ମଧ୍ୟରେ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୮ରେ, କମ୍ପାନି 'ୱାର୍କ ଫ୍ରମ ହୋମ୍' ସୁବିଧା ଶେଷ କରିବାକୁ ଘୋଷଣା କରିଥିଲା ଏବଂ କର୍ମଚାରୀଙ୍କୁ ଏପ୍ରିଲ ୧୮ ସୁଦ୍ଧା ଅଫିସକୁ ଫେରିବାକୁ କହିଥିଲା। ହେଲେ ଅଫିସ ଆସିବା ପରିବର୍ତ୍ତେ କର୍ମଚାରୀମାନେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେଲସ୍, କୋଡିଂ ଏବଂ ମ୍ୟାଥ୍ ଟିମର ପୂର୍ଣ୍ଣକାଳୀନ କର୍ମଚାରୀମାନେ ଇସ୍ତଫା ଦେଇଛନ୍ତି। ଅ‌ାଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।

ଇସ୍ତଫା ଦେଇଥିବା ଜଣେ କର୍ମଚାରୀ କହିଛନ୍ତି ଯେ, କିଛି କର୍ମଚାରୀଙ୍କ ଛୋଟ ପିଲା ଅଛନ୍ତି, କିଛି ଜଣଙ୍କର ବୃଦ୍ଧ ଏବଂ ଅସୁସ୍ଥ ପିତାମାତା ଥିବାବେଳେ ଅନ୍ୟମାନଙ୍କର ଅନ୍ୟାନ୍ୟ ଦାୟିତ୍ବ ଅଛି। ଏଭଳି ସ୍ଥିତିରେ କର୍ମଚାରୀମାନଙ୍କୁ ଏତେ କମ୍ ସମୟ ମଧ୍ୟରେ ଡାକିବା ଠିକ୍ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe