୧୨ରାଜ୍ୟରେ ୮୦ % ସକ୍ରିୟ ମାମଲା: ୭୦% ନୂଆ ସଂକ୍ରମଣ ୧୦ ରାଜ୍ୟରେ

Advertisment

୩ ଦିନରେ ୪୬ ଲକ୍ଷ ଡୋଜ୍ ଟିକା ଯୋଗାଇବ କେନ୍ଦ୍ର

୩ ଦିନରେ ୪୬ ଲକ୍ଷ ଡୋଜ୍ ଟିକା ଯୋଗାଇବ କେନ୍ଦ୍ର

୧୨ରାଜ୍ୟରେ ୮୦ % ସକ୍ରିୟ ମାମଲା: ୭୦% ନୂଆ ସଂକ୍ରମଣ ୧୦ ରାଜ୍ୟରେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରକୋପ ୧୨ ରାଜ୍ୟରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୩୭ ଲକ୍ଷ ୪୨ ହଜାର ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏଥିରୁ ୮୦.୬୮ ପ୍ରତିଶତ ମାମଲା କେବଳ ୧୨ଟି ରାଜ୍ୟରେ ରହିଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ସର୍ବାଧିକ ୬.୨୮ ଲକ୍ଷ, କର୍ଣ୍ଣାଟକରେ ୫.୪୮ ଲକ୍ଷ, କେରଳରେ ୪.୧୭ ଲକ୍ଷ, ଉତ୍ତରପ୍ରଦେଶରେ ୨.୪୫ ଲକ୍ଷ ଏବଂ ରାଜସ୍ଥାନରେ ୧.୯୯ ଲକ୍ଷ ସକ୍ରିୟ ମାମଲା ରହିଛି। ଏହାପରେରେ ଯଥାକ୍ରମେ ଆନ୍ଧ୍ର ପ୍ରଦେଶ, ଗୁଜରାଟ, ତାମିଲନାଡ଼ୁ, ଛତିଶଗଡ଼, ପଶ୍ଚିମବଂଗ, ହରିୟାଣା ଏବଂ ବିହାରରେ ଅଧିକ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟାରେ ଆସିଥିବା ନୂଆ ସଂକ୍ରମଣ ମାମଲାର ୭୦.୭୭ ପ୍ରତିଶତ କେବଳ ୧୦ଟି ରାଜ୍ୟରୁ ଆସିଛି। ମହାରାଷ୍ଟ୍ରରୁ ସର୍ବାଧିକ ୫୬, ୫୭୮ ମାମଲା ଆସିଥିବା ବେଳେ କର୍ଣ୍ଣାଟକରୁ ୪୭,୫୬୩ ମାମଲା ଆସିଛି।

କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୭ କୋଟି ୫୬ ଲକ୍ଷ ୨୦ ହଜାର ୮୧୦ ଡୋଜ୍ ଟିକା ଯୋଗାଇ ଦେଇଛନ୍ତି। ଆଜି ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁଯାୟୀ ଏଥିରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ୧୬ କୋଟି ୮୩ ଲକ୍ଷ ୭୮ ହଜାର ୭୯୬ ଡୋଜ୍ ଟିକା ବ୍ୟବହାର କରିଛନ୍ତି। ଅର୍ଥାତ୍ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ନିକଟରେ ଏବେ ୭୨ ଲକ୍ଷରୁ ଅଧିକ ଡୋଜ୍ ଟିକା ମହଜୁଦ ରହିଛି। ଆସନ୍ତା ୩ ଦିନ ମଧ୍ୟରେ କେନ୍ଦ୍ର ସରକାର ଆଉ ୪୬ ଲକ୍ଷ ୬୧ ହଜାର ୯୬୦ ଡୋଜ୍ ଟିକା ଯୋଗାଇଦେବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe