ଇଣ୍ଡୋନେସିଆରେ ଭୂମିକମ୍ପ ଯୋଗୁଁ ୮୨ ଜଣ ମୃତ

Advertisment
ଇଣ୍ଡୋନେସିଆରେ ଭୂମିକମ୍ପ ଯୋଗୁଁ ୮୨ ଜଣ ମୃତ

ଜାକର୍ତା: ରବିବାର ଦିନ ଇଣ୍ଡୋନେସିଆର ଲୋମ୍ବୋକ୍‌ ଦ୍ୱୀପରେ ସଂଘଟିତ ଭୂମିକମ୍ପ ଯୋଗୁଁ ୮୨ ଲୋକଙ୍କର ଜୀବନହାନି ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂକମ୍ପନର ତୀବ୍ରତା ଥିଲା ୭. ୦।

ହଜାର ହଜାର ଲୋକଙ୍କୁ କୋଠାବାଡ଼ିରୁ ମୁକ୍ତାକାଶ ଆଶ୍ରୟସ୍ଥଳକୁ ଅଣାଯାଇଛି ବୋଲି ଦେଶର ‘ନେସ୍‌ନାଲ୍‌ ଡିଜାଷ୍ଟର୍‌ ମିଟିଗେସନ୍‌ ଏଜେନ୍‌ସି’ କହିଛି।

ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ପର୍ଯ୍ୟଟକ ଓ ବାସିନ୍ଦାମାନେ ଛାନିଆ ହୋଇଯାଇଥିଲେ। ନିକଟବର୍ତ୍ତୀ ବାଲିର ହଲିଡେ’ ଆଇଲାଣ୍ଡ୍‌ରେ ବି କେତେ ମୁହୂର୍ତ୍ତ ଧରି କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଲୋକେ ଘର, ହୋଟେଲ୍‌ ଓ ରେସ୍ତୋରାଁ ସବୁରୁ ଦୌଡ଼ି ବାହାରକୁ ପଳାଇ ଆସିଥିଲେ। ଝରକା ଓ କବାଟ ଧଡ଼ ଧଡ଼ ହୋଇ କମ୍ପିବାରୁ ଲୋମ୍ପୋକ୍‌ରେ ହଜାର ହଜାର ଲୋକେ ସେମାନଙ୍କର ଘରୁ ବାହାରି ଖୋଲା ଜାଗାକୁ ଧାଇଁ ଆସିଥିଲେ।

ମୁହଁସଞ୍ଜବେଳେ ଲୋମ୍ପୋକ୍‌ରେ ଏହି ଭୂକମ୍ପ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ହୋଇଥିଲା।

ଆହତମାନଙ୍କର ତଥ୍ୟ ସଂଗ୍ରହ ଚାଲିଥିବା କଥା ଡିଜାଷ୍ଟର୍‌ ମିଟିଗେସନ୍‌ ଏଜେନ୍‌ସିର ମୁଖ୍ୟ ଅଗୁଙ୍ଗ୍‌ ପ୍ରମୁଜା କହିଛନ୍ତି। ଲୋମ୍ବୋକ୍‌ର ଉତ୍ତର ଓ ପଶ୍ଚିମ ଭାଗରେ ଅଧିକ ଲୋକ ମୃତାହତ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe