ଲକ୍ଷ୍ନୌରେ ୮୨ ବର୍ଷୀୟ ଶିକ୍ଷୟିତ୍ରୀଙ୍କୁ କାମୁଡ଼ି ମାରିଦେଲା ପୋଷା ‘ପିଟ୍‌ ବୁଲ୍‌’ କୁକୁର

Advertisment
ଲକ୍ଷ୍ନୌରେ ୮୨ ବର୍ଷୀୟ ଶିକ୍ଷୟିତ୍ରୀଙ୍କୁ କାମୁଡ଼ି ମାରିଦେଲା ପୋଷା ‘ପିଟ୍‌ ବୁଲ୍‌’ କୁକୁର

Image Courtesy of India Today

ଲକ୍ଷ୍ନୌ: ମଙ୍ଗଳବାର ସକାଳେ କାଇଜର୍‌ବାଗ୍‌ର ବେଙ୍ଗଲି ତୋଲା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ୮୨ ବର୍ଷୀୟ ଶିକ୍ଷୟିତ୍ରୀଙ୍କୁ ତାଙ୍କ ପୋଷା ‘ପିଟ୍‌ ବୁଲ୍‌’ ପ୍ରଜାତିର କୁକୁର କାମୁଡ଼ି ମାରି ପକାଇଛି।

ସକାଳ ପ୍ରାୟ ୬ଟାରେ ଘଟଣା ଘଟିବା ବେଳେ ବୃଦ୍ଧା ଘରେ ଏକାକିନୀ ଥିଲେ। ପୁଅ ସବୁଦିନ ପରି ଭୋର୍‌ ୫.୩୦ରେ ‘ଜିମ୍‌’କୁ ଯାଇଥିଲେ। ବୃଦ୍ଧାଙ୍କ ଚିତ୍କାର ଓ କୁକୁର ଭୁକା ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ମାତ୍ର ଭିତରପଟୁ କବାଟ ବନ୍ଦ ଥିବାରୁ ସେମାନେ କିଛି କରିପାରି ନ ଥିଲେ। ପୁଅ ‘ଜିମ୍‌’ରୁ ଫେରି କବାଟ ଖୋଲି ଦେଖିଲା ବେଳକୁ ମାଆ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ବଳରାମପୁର ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଅତ୍ୟଧିକ ରକ୍ତକ୍ଷୟ ହେତୁ ତାଙ୍କର ଜୀବନ ରକ୍ଷା କରିବା ସମ୍ଭବପର ହେଲାନାହିଁ। କୁକୁରଟି କାମୁଡ଼ି ତାଙ୍କ ବେକରୁ ପେଟ ପର୍ଯ୍ୟନ୍ତ ସମୁଦାୟ ୧୨ଟି ଗଭୀର କ୍ଷତ କରିଥିଲା।

publive-image Image Courtesy of India Today

ପୁଲିସ କହିବା ଅନୁସାରେ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶୀଳା ତ୍ରିପାଠୀ ତାଙ୍କର ୨୫ ବର୍ଷିୟ ପୁଅ ଅମିତ ସହିତ ରହୁଥିଲେ। ପୁଅ କପୂରତାଲାରେ ‘ଜିମ୍‌ ଟ୍ରେନର୍‌’ ଭାବେ କାମ କରନ୍ତି। ସେମାନେ ଦୁଇଟି କୁକୁର ପାଳିଥିଲେ। ଗୋଟିଏ ‘ପିଟ୍‌ ବୁଲ୍‌’ ଓ ଆରଟି ‘ଲାବ୍ରାଡର୍‌’ ପ୍ରଜାତିର। ସୁଶୀଳାଙ୍କୁ ଆକ୍ରମଣ କରିଥିବା ‘ପିଟ୍‌ ବୁଲ୍‌’ କୁକୁରର ନାଁ ‘ବ୍ରାଉନି’। ୩ ବର୍ଷ ହେବ ସେ ସେମାନଙ୍କ ଘରେ ପୋଷା ହୋଇ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe