୪୫ବର୍ଷ ପରେ ଲକ୍‌ଡାଉନ୍‌ ସମୟରେ ଘରକୁ ଫେରି ଆସିଲେ ବୃଦ୍ଧ; ଆପଣାଇଲେ ନାହିଁ ପରିବାରଲୋକ

Advertisment
୪୫ବର୍ଷ ପରେ ଲକ୍‌ଡାଉନ୍‌ ସମୟରେ ଘରକୁ ଫେରି ଆସିଲେ ବୃଦ୍ଧ; ଆପଣାଇଲେ ନାହିଁ ପରିବାରଲୋକ

www.jagran.com

ଉତ୍ତରକାଶୀ: ଉତ୍ତରକାଶୀର ଏକ ଗ୍ରାମରେ ଜଣେ ବ୍ୟକ୍ତି ୪୫ବର୍ଷ ହେବ ନିଖୋଜ ରହିବା ପରେ ଗତ ରବିବାର ସେ ଘରକୁ ଫେରି ଆସିଛନ୍ତି। ଏବେ ଉକ୍ତ ବ୍ୟକ୍ତିଙ୍କ ବୟସ ୮୪ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି। କିନ୍ତୁ ଦୁଃଖର ବିଷୟ ଦୀର୍ଘ ବର୍ଷ ଧରି ନିଖୋଜ ରହି ଘରକୁ ଫେରିବା ପରେ ବି ପରିବାର ସଦସ୍ୟ ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇନାହାନ୍ତି।

ଉକ୍ତ ବୃଦ୍ଧଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ବର୍ତ୍ତମାନ ବୃଦ୍ଧଙ୍କ ଖାଇବା, ରହିବା ଓ ଦେଖା ଶୁଣା ତାଙ୍କ ପରିବାରଲୋକ କରୁଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ରହିବାର ସମୟ ପୂରା ହେବା ପରେ ଘର ପାଖରେ ବୃଦ୍ଧଙ୍କ ପାଇଁ ସ୍ଥାୟୀ ରହିବା ଖାଇବାର ବ୍ୟବସ୍ଥା କରି ଦେବେ ବୋଲି ପରିବାରଲୋକ କହିଛନ୍ତି।

वापस गांव लौटे सूरत सिंह चौहान navbharattimes.indiatimes.com

ସୂଚନାଯୋଗ୍ୟ, ସୁରତ ସିଂହ ଚୌହ୍ଵାନ୍‌ ୧୯୭୫ ମସିହାରେ  ଘରୁ ଚାଲି ଯାଇ ହିମାଚଳ ପ୍ରଦେଶର ସୋଲନ୍‌ରେ ଏକ ସେଓ ବାଗିଚାରେ କାମ କରୁଥିଲେ। ତା’ପରେ ପୁଣି ଏକ ଗୁରୁଦ୍ବାରରେ ଯାଇ ରହିଥିଲେ।  ଲକ୍‌ଡାଉନ୍‌ କାରଣରୁ ଗୁରୁଦ୍ୱାର ବନ୍ଦ ହେବା ପରେ ସେ ହିମାଚଳ ପ୍ରଦେଶ ପହଞ୍ଚି ଯାଇଥିଲେ। ସେଠାରେ ପ୍ରଶାସନ ତାଙ୍କୁ ଉତ୍ତରକାଶୀ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ।

ପ୍ରଶାସନର ଏକ ଟିମ୍‌ ବୃଦ୍ଧ ସୁରତ ସିଂହ ଚୌହ୍ଵାନ୍‌ଙ୍କୁ ସଙ୍ଗରୋଧ ପାଇଁ ସରକାରୀ କଲେଜରେ ପହଞ୍ଚାଇ ଦେଇଥିଲେ। ସେଠାରେ ଗ୍ରାମର ୧୦ଜଣ ବି ସଙ୍ଗରୋଧରେ ରହିଛନ୍ତି। ଚୌହ୍ଵାନଙ୍କ ପରିବାରରେ ତାଙ୍କର ୬୮ବର୍ଷୀୟ ପତ୍ନୀ ଓ ଦୁଇଜଣ ଝିଅ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe