ଗୁଜରାଟରେ ମଦ ନିଷେଧ ପରେ ବି ୧୫ବର୍ଷ ମଧ୍ୟରେ ୮୪୫ଜଣଙ୍କ ଜୀବନ ଯାଇଛି: ଆପ୍

Advertisment
ଗୁଜରାଟରେ ମଦ ନିଷେଧ ପରେ ବି ୧୫ବର୍ଷ ମଧ୍ୟରେ ୮୪୫ଜଣଙ୍କ ଜୀବନ ଯାଇଛି: ଆପ୍

livehindustan

ନୂଆଦିଲ୍ଲୀ: ଗତକାଲି ଗୁଜରାଟର ବୋଟାଡରେ ବିଷାକ୍ତ ମଦ ପିଇ ୪ଜଣକ ମୃତ୍ୟୁ ହୋଇଥିଲା। ଆଜି ଏହି ସଂଖ୍ୟା ବଢ଼ି ୨୮ରେ ପହଞ୍ଚିଥିବା ବେଳେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଘଟିଥିବା ଏହି ଘଟଣା ସମ୍ପର୍କରେ ଆମ୍ ଆଦମୀ ପାର୍ଟି ରାଜ୍ୟର ଭୂପେନ୍ଦ୍ର ପଟେଲ ସରକାରଙ୍କୁ ଘେରିବା ଆରମ୍ଭ କରିଛି।

ମଙ୍ଗଳବାର ଗୁଜୁରାଟରେ ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିବା ବେଳେ ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ ଗତ ୧୫ବର୍ଷ ମଧ୍ୟରେ ବିଷାକ୍ତ ମଦ୍ୟପାନ କରି ୮୪୫ଜଣଙ୍କର ମୃତ୍ୟୁ ଘଟିଛି। ମଦ ନିଷେଧ ଥିବା ବେଳେ କାହାର ପୃଷ୍ଠପୋଷକତାରେ ଏତେ ବଡ଼ ନେଟୱାର୍କ ଚାଲୁଛି? ନିଷେଧାଦେଶ ଯୋଗୁଁ ସରକାର ୧୫,୦୦୦ କୋଟି କ୍ଷତି ସହୁଛନ୍ତି। କିନ୍ତୁ ଖୋଲାଖୋଲି ଭାବେ ମଦ ବିକ୍ରି ହେଉଛି। ତେବେ ଏହି ଟଙ୍କା କାହା ପକେଟକୁ ଯାଉଛି?

ଅନ୍ୟପକ୍ଷରେ ଗୁଜରାଟର ରାଜକୋଟରେ ପହଞ୍ଚିଥିବା କେଜ୍ରିୱାଲ କହିଛନ୍ତି, 'ଏକ ଅତ୍ୟନ୍ତ ଦୁଃଖଦ ଘଟଣା ମୋ ନଜରକୁ ଆସିଛି ଯେ ଭାବନଗରରେ ୨୫ରୁ ଅଧିକ ଲୋକ ମଦ୍ୟପାନ କରି ମୃତ୍ୟୁ ବରଣ କରିଛନ୍ତି ଏବଂ ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। କେଜ୍ରିୱାଲ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ଗୁଜରାଟରେ ମଦ ନିଷେଧ କରାଯାଇଛି, ତେବେ ରାଜ୍ୟରେ କିପରି ମଦ ଖୋଲାଖୋଲି ଭାବେ ବିକ୍ରି ହେଉଛି ଏବଂ ଏଥିରୁ କିଏ ଲାଭବାନ ହେଉଛି? ସେ କହିଛନ୍ତି ଯେ ଗୁଜୁରାଟରେ ଏଭଳି ଘଟଣା ଘଟିବା ପ୍ରଥମ ନୁହେଁ। ସରକାର କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe