୧୫୦ଫୁଟ ଉଚ୍ଚରେ ଥିବା ଝରକାରୁ ଖସିପଡ଼ୁଥିଲେ ୮୫ବର୍ଷ ବୃଦ୍ଧ, ଏପରି ବଞ୍ଚିଲା ଜୀବନ

Advertisment
୧୫୦ଫୁଟ ଉଚ୍ଚରେ ଥିବା ଝରକାରୁ ଖସିପଡ଼ୁଥିଲେ ୮୫ବର୍ଷ ବୃଦ୍ଧ, ଏପରି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ: ୮୫ବର୍ଷର ବୃଦ୍ଧ ହଠାତ ଏକ ଆପାର୍ଟମେଣ୍ଟ ଝରକାରେ ଝୁଲି ରହିଥିଲେ। ସେ ୧୫୦ଫୁଟ ଉଚ୍ଚରୁ ଖସି ପଡ଼ି ଥାଆନ୍ତେ,ସୌଭାଗ୍ୟବଶତଃ ତାଙ୍କ ଗୋଡ଼ ଝରକାରେ ଫସି ଯାଇଥିଲା। ଯାହାଫଳରେ କି ‌ସେ ତଳେ ପଡ଼ି ନଥିଲେ।

ଏହି ଘଟଣା ଦେଖି ପାଖ କୋଠାରେ ଥିବା ଲୋକେ ବୃଦ୍ଧଙ୍କୁ ବଞ୍ଚାଇବାକୁ ଚାଲି ଆସିଥିବା ବେଳେ ପୁଲିସକୁ ବି ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିଥିଲା।

ଏହି ଘଟଣା ଚୀନରୁ ସାମ୍ନାକୁ ଆସିଛି। କୁହାଯାଉଛି ୮୫ବର୍ଷ ବୃଦ୍ଧଙ୍କ ନିକଟରେ ବ୍ରେନ ସର୍ଜରୀ ହୋଇଥିଲା। ଯେମିତି ହିଁ ବୃଦ୍ଧ ଅପାର୍ଟମେଣ୍ଟ ବାହାରେ ଥିବା ଝରକାରେ ଝୁଲି ପଡ଼ିଥିଲେ ସେଠାରେ ଥିବା ଲୋକେ ଏଦୃଶ୍ୟ ଦେଖି ଭୟଭୀତ ହୋଇ ଯାଇଥିଲେ। ଏଥିରେ ଲୋକେ ଉପସ୍ଥିତ ବୁଦ୍ଧି ଖଟାଇ ଜରୁରୀକାଳିନ ବିଭାଗକୁ ଖବର ଦେଇଥିଲେ। କିଛି ଲୋକ ବୃଦ୍ଧଙ୍କ କୋଠାକୁ ଦୌଡ଼ି ଯାଇ ତାଙ୍କୁ ତଳେ ପଡ଼ିବାରୁ ଅଟକାଇଥିଲା ବେଳେ ଆଉ କିଛି ଲୋକେ ତଳେ ଗଦି ବିଛାଇ ଦେଇଥିଲେ।

ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ସେ କିଛି ସାମଗ୍ରୀ କିଣିବାକୁ ବଜାରକୁ ଯାଉଥିଲେ। ଏହି ସମୟରେ ଜଣେ ବୃଦ୍ଧ ଝରକାରେ ଝୁଲି ରହିଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ସେ ଜରୁରୀକାଳିନ ସେବା ବିଭାଗକୁ ଫୋନ କରିଥିଲେ। ସୌଭାଗ୍ୟବଶତଃ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଖବର ପାଇ ବୃଦ୍ଧଙ୍କ ଝିଅ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ତାଙ୍କ ବାପାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe