ଭୁଶୁଡୁଛି ଲାଲଗଡ଼: ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ

ପୁଣି ପୁଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ। ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ। ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ।

ଅଦ୍ୟତନ ହୋଇଛି
naxal 86

Photograph: (sambad.in)

ହାଇଦ୍ରାବାଦ/ମାଲକାନଗିରି: ପୁଣି ପୁଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ। ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ। ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ। ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଛତିଶଗଡ଼ର ବିଜାପୁର ଏବଂ ସୁକମା ଅଞ୍ଚଳର ସୂଚନା।

ତେବେ ଜଙ୍ଗଲରେ ଏଭଲି ହିଂସ୍ର ଜୀବନ ଛାଡି ସେମାନେ ସେମାନଙ୍କ ପରିବାର ସହ ବାକି ତକ ଜୀବନ ବିତାଇବାକୁ ଆତ୍ମସମର୍ପଣ କରିଥିବା କହିଛନ୍ତି । ପୂର୍ବରୁ ବିଜାପୁର ଜେଲରେ ୫୦ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରି ସାରିଛନ୍ତି। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ଗସ୍ତ ସମୟରେ ନକ୍ସଲ ବିରୋଧୀ ଅଭିଯାନକୁ ମିଳିଛି ଏହି ବଡ ସଫଳତା। ଏହି ଘଟଣା ପରେ ସୁରକ୍ଷା ବଳ ଓ ସରକାରଙ୍କ ରଣନୀତିକୁ ଶକ୍ତି ଯୋଗାଇବ ବୋଲି କୁହାଯାଉଛି। 

ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ୮୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ସେଥିରୁ ଏସିଏମ ଜଣେ,ପାର୍ଟି ମେମ୍ବର ୩ ଜଣ,ମିଲିସିଆ ସଦସ୍ୟ ୨୭ ଜଣ,କମିଟି ସଦସ୍ୟ ୮ ଜଣ,ଡିଏକେଏମଏସ ସଦସ୍ୟ ୨୦ ଜଣ,ସିଏନଏମ ସଦସ୍ୟ ୧୩ ଜଣ ଏବଂ ଜିଆରଡି ସଦସ୍ୟ ୯ ଜଣ। ସେହିପରି ମୁଲୁଗୁ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ୫ ଜଣ ନକ୍ସଲ ମଧ୍ୟରୁ ଏସିଏମ ୩ ଜଣ,ପାର୍ଟି ମେମ୍ବର ଜଣେ ଏବଂ ମିଲିସିଆ କମାଣ୍ଡର ଜଣେ। ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

86 naxal surrender
86 naxal surrender Photograph: (sambad.in)

ସମସ୍ତ ନକ୍ସଲ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। ଏହି ନକ୍ସଲମାନେ ଦୀର୍ଘ ଦିନରୁ ଛତିଶଗଡ ବିଜାପୁର, ସୁକମା ଓ ଦାନ୍ତେୱାଡାରେ ନକ୍ସଲ ଅପରେସନରେ ସକ୍ରିୟ ଥିଲେ। ତେବେ ତେଲେଙ୍ଗାନା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନ ’ଚେୟୁଥା’ ଅପରେସନ୍ ସମୟରେ ସୁରକ୍ଷା ବଳକୁ ଏଭଳି ସଫଳତା ମିଳିଛି। ଯାହା ମୋଦୀ ସରକାରଙ୍କ ନକ୍ସଲ ମୁକ୍ତ ଭାରତ ସ୍ବପ୍ନକୁ ସାକାର କରିବାକୁ ବାଟ କଢାଇଛି। 

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe