The Financial Express
ନୂଆଦିଲ୍ଲୀ: ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳେ ରହୁଛି। ଗତ କାଲି ୨୪ ଘଣ୍ଟା ମଧ୍ୟରେ ୯,୫୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆହୁରି କମ୍ ସଂକ୍ରମଣ ରେକର୍ଡ ହୋଇଛି। ଆଜି ଦେଶରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ୪,୪୩, ୫୭,୫୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ସଂକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୯୬,୫୦୬ରେ ପହଞ୍ଚିଛି।
ଆଜି କରୋନାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ ହେବା ପରେ ଦେଶରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୨୭, ୪୧୬ରେ ପହଞ୍ଚିଛି। ସମୁଦାୟ ସଂକ୍ରମଣର ସକ୍ରିୟ ସଂକ୍ରମଣଙ୍କ ହାର ରହିଛି ୦.୨୨ ପ୍ରତିଶତ। ଜାତୀୟ କରୋନା ସୁସ୍ଥ ହାର ରହିଛି ୯୮.୫୯ ପ୍ରତିଶତ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଦେଶରେ ମୃତ୍ୟୁ ହାର ୧.୧୯ ପ୍ରତିଶତ ଥିବା ବେଳେ ଏବେ ସୁଦ୍ଧା ୨୧୦.୩୧ କୋଟି ଲୋକଙ୍କର ଟୀକାକରଣ ହୋଇସାରିଛି।
Follow Us