୮୭୨୨ କୋଟିର ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ କ୍ରୟକୁ ଡିଏସିର ଅନୁମୋଦନ

୮୭୨୨ କୋଟିର ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ କ୍ରୟକୁ ଡିଏସିର ଅନୁମୋଦନ

ନୂଆଦିଲ୍ଲୀ: ଦେଶର ସଶସ୍ତ୍ର ବାହିନୀକୁ ଅଧିକ ସୁଦୃଢ଼ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ୮,୭୨୨.୩୮ କୋଟି ଟଙ୍କା ମୂଲ୍ୟର ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ଏକ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ବାୟୁସେନା (ଆଇଏଏଫ୍‌) ପାଇଁ ୧୦୬ଟି ପ୍ରଶିକ୍ଷଣ ବିମାନ ସମେତ ଆନୁମାନିକ ୮,୭୨୨.୩୮ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉପକରଣ କ୍ରୟକୁ ଡିଏସି ଅନୁମୋଦନ କରିଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଦେଶର ସଶସ୍ତ୍ର ବାହିନୀ ଆବଶ୍ୟକ କରୁଥିବା ବିଭିନ୍ନ ପ୍ଲାଟଫର୍ମ ଏବଂ ଉପକରଣ କ୍ରୟ ପାଇଁ ଡିଏସି ଅନୁମୋଦନ ପ୍ରଦାନ କରିଛି।

ଏଥିରେ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ଦ୍ୱାରା ବିକଶିତ ୧୦୬ଟି ବେସିକ୍‌ ଟ୍ରେନର ଏୟାରକ୍ରାଫ୍ଟ (ଏଚ୍‌ଟିଟି-୪୦) କ୍ରୟ ପାଇଁ ଅନୁମୋଦନ ମିଳିଛି। ଏତଦ୍‌ବ୍ୟତୀତ ଭାରତୀୟ ନୌସେନାର ଆଧୁନିକୀକରଣ ଯୋଜନାରେ ଡିଏସି ସୁପର ରାପିଡ୍‌ ଗନ୍‌ ମାଉଣ୍ଟ (ଏସ୍‌ଆରଜିଏମ୍‌)ର ଅତ୍ୟାଧୁନିକ ସଂସ୍କରଣର କ୍ରୟକୁ ମଧ୍ୟ ଅନୁମୋଦନ କରାଯାଇଛି। ଅତ୍ୟାଧୁନିକ ଗୁଳିଗୋଳା ସହ ଅତ୍ୟାଧୁନିକ ମାନବ ବିହୀନ ବିମାନ କ୍ରୟକୁ ମଧ୍ୟ ମଞ୍ଜୁରି ଦେଇଛି ଡିଏସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe