ପ୍ରତି ରାଉଣ୍ଡ୍‌ରେ ବଢ଼ି ଚାଲିଛି ମମତା ବାନାର୍ଜୀଙ୍କ ଭୋଟ୍‌ ସଂଖ୍ୟା; ତୃଣମୂଳ ଉତ୍ସବ ମୁଖର

Advertisment
ପ୍ରତି ରାଉଣ୍ଡ୍‌ରେ ବଢ଼ି ଚାଲିଛି ମମତା ବାନାର୍ଜୀଙ୍କ ଭୋଟ୍‌ ସଂଖ୍ୟା; ତୃଣମୂଳ ଉତ୍ସବ ମୁଖର

Image Courtesy of India Today

କୋଲ୍‌କାତା: ଅଷ୍ଟମ ରାଉଣ୍ଡ୍‌ ଭୋଟ୍‌ ଗଣନା ଶେଷ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରେ ୨୭୦୦୦ରୁ ଊର୍ଦ୍ଧ୍ବ ଭୋଟ୍‌ରେ ଅଗ୍ରଣୀ ରହିଛନ୍ତି। ବାନାର୍ଜୀ ୩୪୭୨ଖଣ୍ଡ ଭୋଟ୍‌ ପାଇଥିବା ବେଳେ ପ୍ରିୟଙ୍କା ଟିବ୍ରେୱାଲ୍‌୭,୨୧୯ ଖଣ୍ଡ ‌ଭୋଟ୍‌ ପାଇଛନ୍ତି। ଉକ୍ତ ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ‘ସିପିଆଇ(ଏମ୍)’ ପ୍ରାର୍ଥୀଙ୍କୁ ମାତ୍ର ଏପର୍ଯ୍ୟନ୍ତ ୭୫୫ଖଣ୍ଡ ଭୋଟ୍‌ ମିଳିଥିବା କଥା ଜଣାପଡ଼ିଛି।

ଭବାନୀପୁର ଭୋଟ୍‌ ଗଣତି ଫଳାଫଳ ମମତାଙ୍କ ପାଇଁ ସକାରାତ୍ମକ ଦିଗକୁ ଗତି କରୁଥିବା ଜାଣିବା ପରେ ତାଙ୍କ ବାସଭବନ ବାହାରେ ‘ତୃଣମୂଳ କଂଗ୍ରେସ’ ସମର୍ଥକମାନେ ହର୍ଷୋତ୍‌ଫୁଲ୍ଲିତ ହୋଇ ଅବିର ଆଦି ବୋଳାବୋଳି ହୋଇଛନ୍ତି।

publive-image Image Courtesy of ANI

୪ର୍ଥ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ହେବା ପରେ ମମତା ୧୨,୦୦୦ ଭୋଟ୍‌ରେ ଅଗ୍ରଣୀ ଥିବା ବେଳେ ‘ବିଜେପି’ ପ୍ରାର୍ଥିନୀ ୩, ୬୯୨, ‘ସିପିଆଇ(ଏମ୍)’ ପ୍ରାର୍ଥୀ ଶ୍ରୀଜୀବ ୩୧୫ ଖଣ୍ଡ ଭୋଟ୍‌ପାଇଥିଲେ।

‌୬ଷ୍ଠ ରାଉଣ୍ଡ୍‌‌ ବେ‌ଳକୁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ୨୮, ୩୫୫ ଖଣ୍ଡ‌ ଭୋଟ୍‌ ହାସଲ କରି ଅଗ୍ରସର ହେଉଥିଲେ। ଏହି ରାଉଣ୍ଡ୍‌ ଶେଷରେ ମମତା ୨୮,୩୫୫ ଭୋଟ୍‌, ପ୍ରିୟଙ୍କା ୪,୩୯୮ ଭୋଟ୍‌ ପାଇଥିଲେ। ‘ସିପିଆଇ(ଏମ୍)’କୁ ମାତ୍ର ୩୯୮ ଭୋଟ୍‌ ମିଳିଥିଲା।

୭ମ ରାଉଣ୍ଡ୍‌ ଭୋଟ୍‌ରେ ମମତା ଉଲ୍ଲେଖଯୋଗ୍ୟ ୨୫,୦୦୦ ଭୋଟ୍‌ରେ ଅଗ୍ରଣୀ ହୋଇଥିଲେ। ତାଙ୍କୁ ୩୧,୦୩୩ ଭୋଟ୍‌ ମିଳିଥିବା ବେଳେ ପ୍ରିୟଙ୍କାଙ୍କୁ ମିଳିଥିଲା ୫,୭୧୯ ଖଣ୍ଡ ଭୋଟ୍‌।

ସେହିପରି, ଜଙ୍ଗିପୁର ଆସନରେ ମଧ୍ୟ ‘ତୃଣମୂଳ କଂଗ୍ରେସ’ ପ୍ରାର୍ଥୀ ଜାକିର୍‌ ହୁସେନ୍‌ ୨୦ ହଜାର ଭୋଟ୍‌ରେ ଆଗୁଆ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe