ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ମେଣ୍ଟ ହେବନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଳା ଦୀକ୍ଷିତ କହିବା ପରେ ସେ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଶୀଲା ଦୀକ୍ଷିତ କହିଛନ୍ତି ଯେ ଆପ୍ର ୯ଜଣ ବିଧାୟକ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଦିଲ୍ଲୀ କଂଗ୍ରେସର ମୁଖପାତ୍ର ଜିତେନ୍ଦ୍ର କୋଚର ଏକଥାକୁ ସ୍ୱୀକାର କରିଛନ୍ତି।
ଆଗାମୀ ନିର୍ବାଚନ ପୂର୍ବରୁ ନଅଜଣ ବିଧାୟକ ଆମ ଆଦମୀ ପାର୍ଟି ଛାଡ଼ି କଂଗ୍ରେସରେ ଯୋଗ ଦେବେ ବୋଲି ସେ ଦୃଢୋକ୍ତି କରିଛନ୍ତି। ଏହି ସଂଖ୍ୟା ଆଗକୁ ବଢିପାରେ ବୋଲି ମଧ୍ୟ ସେ କହିଛନ୍ତି। ଏହି ନଅଜଣ ବିଧାୟକ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଶୀଲା ଦୀକ୍ଷିତଙ୍କୁ ଭେଟି ଥିଲେ। କିନ୍ତୁ ଏହି ବିଧାୟକମାନେ ଏକଥାକୁ ଅସ୍ୱୀକାର କରିଛନ୍ତି। ସେମାନେ କହିଛନ୍ତି ଯେ କଂଗ୍ରେସରେ ମିଶିବାଲାଗି ଆସି ନଥିଲେ ବା ସେମାନଙ୍କର ସେଭଳି କୌଣସି ଯୋଜନା ନାହିଁ।
Follow Us