The Guardian
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଇସ୍ରାଏଲରେ ଏବେ ଅନେକ ବିଦେଶ ନାଗରିକ ଫସି ରହିଛନ୍ତି। କିଛି ରାଷ୍ଟ୍ରର ନାଗରିକଙ୍କର ଏହି ଯୁଦ୍ଧରେ ମୃତ୍ୟୁ ହୋଇଯାଇଛି। ୯ ଜଣ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଆମେରିକା ସରକାର ଆଜି ସ୍ପଷ୍ଟ କରିଛନ୍ତି। ହ୍ବାଇଟ୍ ହାଉସ୍ ପକ୍ଷରୁ ଉକ୍ତ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରାଯାଇଛି। ଇସ୍ରାଏଲରେ ବ୍ରିଟେନର ୧୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ବ୍ରିଟେନରେ ଏକ ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି । ସେହଭଳି ଥାଇଲାଣ୍ଡର ୧୨ ନାଗରିକଙ୍କ ଇସ୍ରାଏଲରେ ମୃତ୍ୟୁ ହୋଇଥିବାବେଳେ ୧୧ ଜଣଙ୍କୁ ଅପହରଣ କରାଯାଇଛି। ଅନ୍ୟ ୮ ଜଣ ଥାଇଲାଣ୍ଡ ନାଗରିକ ଆକ୍ରମଣରେ ଆହତ ହୋଇଛନ୍ତି।
ଥାଇଲାଣ୍ଡର ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୋମବାର ଏହା ସ୍ପଷ୍ଟ କରାଯାଇଛି। ତେବେ ଇସ୍ରାଏଲରେ ଫସିଥିବା ସମସ୍ତ ନାଗରିକଙ୍କୁ ସହଯୋଗ କରିବାପାଇଁ ଚେଷ୍ଟା ଜାରି ରହିଛି ବୋଲି ଥାଇଲାଣ୍ଡ ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ସେହିପରି ହମାସ ଆକ୍ରମଣରେ ଇସ୍ରାଏଲରେ ୧୦ ଜଣ ନେପାଳୀ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲରେ ୧୦ ନେପାଳ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନେପାଳ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କିଛି ଛାତ୍ରଙ୍କ ସହ ଯୋଗାଯୋଗ ହୋଇପାରିନି ଏବଂ ଅନ୍ୟ କିଛି ଛାତ୍ର ଅତି ଗୁରୁତର ଅଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ।
Follow Us