ପାଟନା: ଶନିବାର ଦିନ ଯୌନଉତ୍ପୀଡ଼କୁ ବିରୋଧ କରିବାରୁ ୩୬ ଜଣ ସ୍କୁଲ୍ ଝିଅଙ୍କୁ ମାରଧର କରିଥିବା ଅଭିଯୋଗରେ ଜଣେ ନାବାଳକ ସମେତ ବିହାରର ସୁପଉଲ୍ ଜିଲ୍ଲାରେ ପୁଲିସ ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଛି।
ତ୍ରିବେଣୀଗଞ୍ଜର ଆସିଷ୍ଟାଣ୍ଟ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କହନ୍ତି: ଅନ୍ୟମାନଙ୍କ ଠାରୁ ଆମେ ମାଟ୍ରିକ୍ ସାର୍ଟିଫିକେଟ୍ ମାଗିଛୁ। କୌଣସି ନିରିହ ଧରା ନ ପଡ଼ନ୍ତୁ ନ୍ୟାୟରେ ଆମେ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ଚାହୁଁ।
ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଯୌନଉତ୍ପୀଡ଼ନ ଦେଉଥିବା କାରରଣରୁ ସ୍କୁଲ୍ ଝିଅମାନେ ୪ ଜଣ ବାଳକଙ୍କୁ ମାରିଥିବା କାରଣରୁ ଲୋକେ ଝିଅମାନଙ୍କ ଉପରୁ ରାଗି ଯାଇଥିଲେ ବୋଲି କୁହାଯାଉଛି।
ଝିଅମାନେ ଆବାସିକ ସ୍କୁଲ୍ ପଡ଼ିଆରେ ଖେଳୁଥିବା ବେଳେ ମାରଧର କରିଥିବା ସେମାନଙ୍କୁ ମାରଧର କରିଥିବା ଉତ୍ତ୍ୟକ୍ତ ଜନତାଙ୍କ ମଧ୍ୟରେ ସେ ଚାରି ଜଣ ବାଳକଙ୍କ ପିତାମାତା ମଧ୍ୟ ସାମିଲ୍ ହୋଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।
ଏହି ମାମଲାରେ ଏଫ୍ଆଇଆର୍ ଦିଆଯାଇଥିବା ୯ ଜଣଙ୍କ ମଧ୍ୟରେ ଥିବା ସେ ଚାରି ବାଳକଙ୍କୁ ରବିବାର ଦିନ ଗିରଫ କରାଯାଇଥିଲା।
Follow Us