India Posts English
ନୂଆଦିଲ୍ଲୀ : ହିଂସା ପ୍ରବଣ ମଣିପୁରର ୯ ବିଜେପି ବିଧାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ଲୋକମାନେ ଏନ୍ ବୀରେନ୍ ସିଂହଙ୍କ ନେତୃତ୍ବାଧୀନ ସରକାରରୁ ସମ୍ପୂର୍ଣ୍ଣ ଆସ୍ଥା ଏବଂ ବିଶ୍ବାସ ହରାଇ ଦେଇଛନ୍ତି ବୋଲି ବିଜେପି ବିଧାୟକମାନେ ଚିଠିରେ ଦର୍ଶାଇଛନ୍ତି। ଏକ ୫ ସୂତ୍ରୀ ସ୍ମାରକପତ୍ର ଦେଇ ବିଧାୟକମାନେ କହିଛନ୍ତି, ସରକାର ଏବଂ ପ୍ରଶାସନ ଉପରେ କୌଣସି ଭରସା ନାହିଁ। କୁକି ଏବଂ ମୈତେଇ ବିଧାୟକମାନଙ୍କ ମଧ୍ୟରେ ଏକ ବୈଠକ ପାଇଁ ସେମାନେ ଅନୁରୋଧ କରିଛନ୍ତି। ଏଥିସହ ମଣିପୁରର ବିଭିନ୍ନ ଅଂଶରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ସେମାନେ ଅନୁରୋଧ କରିଛନ୍ତି।
ଇତି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ମଣିପୁରରେ ଶାନ୍ତି ପାଇଁ ଅନୁରୋଧ କରିଛନ୍ତି। ମଣିପୁରରେ ଅପ୍ରତ୍ୟାଶିତ ହିଂସା ସାଧାରଣ ଲୋକଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି। ଦେଶର ବିବେକ ଉପରେ ଏହା ଏକ ଗଭୀର କ୍ଷତ। ଏହା ଅତ୍ୟନ୍ତ ହୃଦୟବିଦାରକ। ଶାନ୍ତି ରକ୍ଷା କରିବାପାଇଁ ସୋନିଆ ଅନୁରୋଧ କରିଛନ୍ତି।
Follow Us