ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଘରୋଇ ହସ୍ପିଟାଲରେ ମୋତିଆ ବିନ୍ଦୁ ଅପରେସନ ପରେ ୯ ଜଣ ରୋଗୀ ଦୃଷ୍ଟି ଶକ୍ତି ହରାଇଛନ୍ତି। ଅପରେସନ ପରେ ସଂକ୍ରମଣ ଯୋଗୁଁ ସେମାନଙ୍କ ଆଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବେ ଚାଲି ଯାଇଥିଲା। ଏପରି ଅଭିଯୋଗ ଆସିବା ପରେ କର୍ତ୍ତୃପକ୍ଷ ଘରୋଇ ହସ୍ପିଟାଲକୁ ସିଲ୍‌ କରିଦେଇଥିଲେ।

Advertisment

ଅଧିକପଢ଼ନ୍ତୁ:୧୫ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ କରାଯାଉ: ଫ୍ରାନ୍ସ ରାଷ୍ଟ୍ରପତି

ଫେବ୍ରୁଆରି ପହିଲାରେ ନ୍ୟୁ ରାଜେଶ ହାଇଟେକ୍‌ ହସ୍ପିଟାଲରେ ଚକ୍ଷୁ ଶିବିର ମାଧ୍ୟମରେ ପାଖାପାଖି ୩୦ ଜଣ ରୋଗୀଙ୍କୁ ମୋତିଆ ବିନ୍ଦୁ ଅପରେସନ କରାଯାଇଥିଲା। କିନ୍ତୁ ଅପରେସନ କିଛି ଦିନ ମଧ୍ୟରେ ଅପରେସନ କରିଥିବା ରୋଗୀଙ୍କ ଆଖିରେ ସମସ୍ୟା ଦେଖାଯାଇଥିଲା। ୧୮ ଜଣ ରୋଗୀଙ୍କ ନକଟରେ ବଡ଼ଧରଣ ସଂକ୍ରମଣ ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣ ଦୃଷ୍ଟିଶକ୍ତି ହରାଇଥିଲେ।

ବଡ଼ଧରଣର ସଂକ୍ରମଣ ୯ ଜଣ ହରାଇଲେ ଦୃଷ୍ଟିଶକ୍ତି

 ଅନ୍ୟ ଡାକ୍ତରଖାନାରେ ଅସ୍ତ୍ରୋପଚାର କରି ସେମାନଙ୍କ ଆଖି କଢ଼ାଇବାକୁ ପଡିଥିଲା। କେତେକଙ୍କୁ ଦିଲ୍ଲୀ, ଲକ୍ଷ୍ନୌ ଓ ବାରାଣସୀର ସୁପର -ସ୍ପେଶାଲିଟି ହସ୍ପିଟାଲକୁ ରେଫର କରିବାକୁ ପଡ଼ିଥିଲା। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ହସ୍ପିଟାଲ ଯାଞ୍ଚ କରି ଏହାର ଚକ୍ଷୁ ବିଭାଗକୁ ସିଲ୍ କରିଦେଇଛି। କଲଚର ରିପୋର୍ଟ ପରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଗୋରଖପୁର ମୁଖ୍ୟ ମେଡିକାଲ ଅଧିକାରୀ ରାଜେଶ ଝା କହିଥିଲେ, ଅପରେସନ ୧ ତାରିଖରେ ହୋଇଥିବାବେଳେ ଏହାର ତିନି ଦିନ ପରେ ରୋଗୀଙ୍କଠାରେ ସମସ୍ୟା ଦେଖାଯାଇଥିଲା।

ଅଧିକପଢ଼ନ୍ତୁ:ଭାରତୀୟ ମହିଳା ଦଳକୁ ୧୯ ରନ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ