ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟ୍‌ରେ ଅଗ୍ନିକାଣ୍ଡ: ୯ ପିଲାଙ୍କ ସମେତ ୧୯ ମୃତ

Advertisment
ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟ୍‌ରେ ଅଗ୍ନିକାଣ୍ଡ: ୯ ପିଲାଙ୍କ ସମେତ ୧୯ ମୃତ

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସିଟିସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ ଅଗ୍ନିକାଣ୍ଡ ଘଟି ୯ଜଣ ପିଲାଙ୍କ ସମେତ ୧୯ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରବିବାର ଦିନ ମେୟର୍‌ ଏରିକ୍‌ ଆଦାମ୍‌ସ୍‌ଙ୍କ ବରିଷ୍ଠ ଉପଦେଷ୍ଟା ଷ୍ଟିଫେନ୍‌ ରିଙ୍ଗେଲ୍‌ ସୁନିଶ୍ଚିତ କରି କହିଛନ୍ତି।

ଏହି ଅଗ୍ନିକାଣ୍ଡରେ ୫ ଡଜନ୍‌ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୩ଜଣଙ୍କ ସଙ୍କଟାପନ୍ନ ଥିବା କଥା ମଧ୍ୟ ସେ କହିଛନ୍ତି। ଅଧିକାଂଶ ପୀଡ଼ିତ ଧୂଆଁରେ ରୁନ୍ଧି ହୋଇ ଅସୁସ୍ଥ ହୋଇପଡ଼ିଥିବା କଥା ‘ଏଫ୍‌ଡିଏନ୍‌ୱାଇ’ କମିସନର୍‌ ଡାନିଏଲ୍‌ ନିଗ୍ରୋ ସେଦିନ ଅପରାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

publive-image Image Courtesy of India Today

‘ଏଫ୍‌ଡିଏନ୍‌ୱାଇ’ କହିବା ଅନୁସାରେ, ଇଷ୍ଟ୍‌ ୧୮୧ତମ ଷ୍ଟ୍ରିଟ୍‌ରେ ଅବସ୍ଥିତ ୧୯ ତାଲାବିଶିଷ୍ଟ ବ୍ରୋଙ୍କ୍‌ସ୍‌ଙ୍କ ‘ଟୁଇନ୍‌ ପାର୍କ’ ଆପାର୍ଟମେଣ୍ଟ୍‌ରେ ଲାଗି ଥିବା ନିଆଁ ଲିଭାଇବା ପାଇଁ ପ୍ରାୟ ୨୦୦ ଦମକଳ କର୍ମଚାରୀ ନିୟୋଜିତ ହୋଇଥିଲେ।

publive-image Image Courtesy of Zee News

ଦମକଳବାହିନୀ ଆପାର୍ଟମେଣ୍ଟ୍‌ର ପ୍ରତି ତାଲା ଓ ଶିଡ଼ିରେ ପୀଡ଼ିତମାନଙ୍କୁ ଦେଖିଥିଲେ ଏବଂ ହୃଦ୍‌ଘାତ ଏବଂ ଶ୍ବାସକ୍ରିୟା ବନ୍ଦ ହୋଇଯିବା ପରିସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିଥିଲେ।

ଏଯାବତ୍‌ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe