ତୈଳ ଟ୍ୟାଙ୍କର୍ ‘ପ୍ରେଷ୍ଟିଜ୍ ଫାଲକନ୍’ ଓମାନ ଉପକୂଳରେ ବୁଡ଼ିଯିବା ଘଟଣା: ୯ ଜଣ କରୁ ସଦସ୍ୟ ଉଦ୍ଧାର

Advertisment
ତୈଳ ଟ୍ୟାଙ୍କର୍ ‘ପ୍ରେଷ୍ଟିଜ୍ ଫାଲକନ୍’ ଓମାନ ଉପକୂଳରେ ବୁଡ଼ିଯିବା ଘଟଣା: ୯ ଜଣ କରୁ ସଦସ୍ୟ ଉଦ୍ଧାର

ମ୍ୟୁସକାଟ: ଓମାନ ଉପକୂଳରେ ବୁଡ଼ିଯାଇଥିବା କ୍ୟାମୋରସ୍ ପତାକା ଥିବା ତୈଳ ଟ୍ୟାଙ୍କର୍ ‘ପ୍ରେଷ୍ଟିଜ୍ ଫାଲକନ୍’କୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି | ଆଜି ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୭ ଜଣ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ୯ ଜଣଙ୍କ ମଧ୍ୟରୁ ୮ ଜଣ ଭାରତୀୟ ଏବଂ ୧ ଜଣ ଶ୍ରୀଲଙ୍କା ନାଗରିକ। ନିଖୋଜ ଥିବା ୭ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଭାରତୀୟ ଏବଂ ୨ ଜଣ ଶ୍ରୀଲଙ୍କାର ଥିବାବେଳେ ସେମାନଙ୍କୁ ଏବେ ଖୋଜା ଚାଲିଛି। ଓମାନରେ ଏକ ତେଲ ଟ୍ୟାଙ୍କର ବୁଡ଼ିଯିବା ବିଷୟରେ ସୂଚନା ପାଇବା ମାତ୍ରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ତେଜ କୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଥିଲା।

ଆଇଏନଏସ ତେଜ ସହିତ ସମୁଦ୍ର ପାଟ୍ରୋଲିଂ ବିମାନ ପି-୮ଇ ମଧ୍ୟ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଜଡିତ ଅଛି | ଓମାନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି । ସୂଚନାନୁସାରେ, ଓମାନ ନିକଟରେ ବୁଡ଼ି ଯାଇଥିବା ତୈଳ ଟ୍ୟାଙ୍କରରେ କୋମୋରୋସର ପତାକା ରହିଥିଲା। ଏହି ଜାହାଜ ଦୁବାଇର ହମରିଆ ବନ୍ଦରରୁ ୟେମେନ ବନ୍ଦର ସହର ଆଡେନ ଆଡକୁ ଯାଉଥିଲା। ଏହାର ଅବସ୍ଥାନ ଚାରି ଦିନ ପୂର୍ବରୁ ଚିହ୍ନଟ କରାଯାଇଥିଲା। ଏହି ଜାହାଜ ୨୦୦୭ ରେ ନିର୍ମିତ ହୋଇଥିଲା ଯାହାର ଲମ୍ବ ୧୧୭ ମିଟର ବୋଲି କୁହାଯାଉଛି। ଓମାନ ଉପକୂଳରେ ବୁଡ଼ି ଯାଇଥିବା କୋମୋରୋସ୍ ଫ୍ଲାଗ୍ କାର୍ଗୋ ଜାହାଜର ନାମ ପ୍ରେଷ୍ଟିଜ୍ ଫାଲକନ | ଜାହାଜ ବୁଡ଼ିଯିବା ବିଷୟରେ ସୂଚନା ପାଇବା ମାତ୍ରେ ଓମାନ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ନାବିକମାନଙ୍କ ପାଇଁ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଜୁଲାଇ ୧୫ରୁ ଭାରତୀୟ ନୌସେନା ମଧ୍ୟ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe