amarujala.com
ଲକ୍ଷ୍ନୗ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ବାଂସଡିହ ଥାନା ଅଞ୍ଚଳର ରୁକନପୁରା କିଶୋରୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ରୁକୁନପୁରା ଗାଁର ସୁବେଦାର ସାହାଣୀଙ୍କ ଝିଅ ସରୋଜଙ୍କର ଆହ୍ଲାବାଦ ବ୍ୟାଙ୍କର ଏକ ଆକାଉଣ୍ଟ ଅଛି। ତାଙ୍କ ଆକାଉଣ୍ଟକୁ ହଠାତ ୯କୋଟି ୯୯ଲକ୍ଷ ଟଙ୍କା ଆସିଥିବା ଜଣାପଡ଼ିଥିଲା। ଏହାପରେ ସରୋଜ ଏହି ଘଟଣା ବିଷୟରେ ନିଜ ମା’ଙ୍କୁ ଜଣାଇଥିଲେ। ଏହାପରେ ମା’ ଝିଅ ଦୁହେଁ ବ୍ୟାଙ୍କରେ ପହଞ୍ଚିଥିଲେ।
ବ୍ୟାଙ୍କ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସେମାନେ ବି ଯୁବତୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଥିବା ସ୍ପଷ୍ଟ କରିଥିଲେ। ଏବେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟ କାରବାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଘଟଣା ଘଟିବା ପରେ ଯୁବତୀ ଜଣଙ୍କ ଏକ ଲିଖିତ ଅଭିଯୋଗ ଦେଇ କର୍ଯ୍ୟାନୁଷ୍ଠାନ ପାଇଁ ପୁଲିସରେ ଦାବି କରିଛନ୍ତି।
ବ୍ୟାଙ୍କ କର୍ମଚାରୀମମାନେ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ତାଙ୍କ ଆକାଉଣ୍ଟରେ ୯କୋଟି ୯୯ଲକ୍ଷ ୪ହଜାର ୭ଶହ ୩୬ଟଙ୍କା ଜମା ହୋଇଛି। ବ୍ୟାଙ୍କ ମ୍ୟାନେଜମେଣ୍ଟ ତାଙ୍କ ଆକାଉଣ୍ଟ କାରବାର ଉପରେ ପ୍ରତିବନ୍ଧକ ଲଗାଇଥିବା ମଧ୍ୟ କହିଛି।
Follow Us