୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୯ ଥର ଭୂମିକମ୍ପ

୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୯ ଥର ଭୂମିକମ୍ପ

Photo Courtesy of India Today

ନୂଆଦିଲ୍ଲୀ: ସୋମବାର ପ୍ରତ୍ୟୁଷରେ ଦୁଇ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ନଅଟି ମଧ୍ୟମ ଧରଣର ଭୂମିକମ୍ପ ସଂଘଠିତ ହୋଇ ଯାଇଛି। ନେସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି ଅନୁସାରେ, ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପଗୁଡ଼ିକର ତୀବ୍ରତା ଥିଲା ୪. ୭ ରୁ ୫. ୨।
ଭୋର୍‌ ୫: ୧୫ ମିନିଟ୍‌ ସମୟରେ ୪. ୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ପ୍ରଥମ ଝଟକା ଦେବାର କେଇ ମିନିଟ୍‌ ପରେ ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକା ଦେଇଥିଲା।

ଶେଷ କମ୍ପନ ୬: ୫୪ରେ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ୫. ୨।

ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜ ଭୂମିକମ୍ପ ପ୍ରବଣ ଅଞ୍ଚଳ ଅଟେ। ସେଠରେ ଦୈନିକ ଦୁଇ ତିନୋଟି ଭୂକମ୍ପନ ଅନୁଭୂତ ହେବା କିଛି ଅସ୍ୱାଭାବିକ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe