ଡାକ୍ତର କାଢ଼ିଲେ ୧୪ ବର୍ଷୀୟ ଝିଅ ତଣ୍ଟିରେ ତାନ୍ତ୍ରିକ ଫୋଡ଼ିଥିବା ୯ ଛୁଞ୍ଚି

ଡାକ୍ତର କାଢ଼ିଲେ ୧୪ ବର୍ଷୀୟ ଝିଅ ତଣ୍ଟିରେ ତାନ୍ତ୍ରିକ ଫୋଡ଼ିଥିବା ୯ ଛୁଞ୍ଚି

କୋଲ୍‌କାତା: ମଙ୍ଗଳବାର ଦିନ କୋଲକତାର ଏକ ସରକାରୀ ଡାକ୍ତରଖାନାରେ ଜଣେ ୧୪ ବର୍ଷୀୟ ବାଳିକା ତଣ୍ଟିରେ ଫୋଡ଼ା ଯାଇଥିବା ୯ଟି ଛୁଞ୍ଚି କାଢ଼ିଛନ୍ତି।

ନଦିଆ ଜିଲ୍ଲା ଅନ୍ତର୍ଗତ କୃଷ୍ଣନଗର ନିବାସୀ ଅପରୂପା ବିଶ୍ୱାସଙ୍କ ତଣ୍ଟିରେ ଜଣେ ତାନ୍ତ୍ରିକ ଫୋଡ଼ାଇ ଥିବା ଏହି ଛୁଞ୍ଚି ସବୁ କାଢ଼ିବା ପାଇଁ ଡାକ୍ତରମାନଙ୍କୁ ପ୍ରାୟ ୩ ଘଣ୍ଟା ଲାଗିଥିଲା।

ଝିଅଟି ଛୁଞ୍ଚି ଗିଳି ପକାଇଛି ବୋଲି ପ୍ରଥମେ ଡାକ୍ତରମାନେ ଭାବିଥିଲେ।

କିନ୍ତୁ, ପରେ ଜଣାପଡ଼ିଲା କୌଣସି ତନ୍ତ୍ରପୂଜା ରୀତି ଅନୁସାରେ ଛୁଞ୍ଚିଗୁଡ଼ିକୁ ବାହାରୁ ପଟୁ ଝିଅଟିର ତଣ୍ଟି ଭିତରକୁ ଫୋଡ଼ା ଯାଇଛି।
ଝିଅର ତଣ୍ଟି ଭିତରକୁ ଛୁଞ୍ଚି ଫୋଡ଼ାଯିବା କାରଣ ତାଙ୍କ ପରିବାର କହିବାକୁ ଚହୁଁ ନାହାନ୍ତି।

ଝିଅଟିକୁ ପଚରା ପଚରି କରି ଡାକ୍ତରମାନେ ଜାଣିବାକୁ ପାଇଛନ୍ତି ଯେ ତିନି ବର୍ଷ ତଳେ ନିଜ ପୁଅକୁ ହରାଇଥିବା ଉକ୍ତ ଦମ୍ପତିଙ୍କର ସେ ଜଣେ ପୋଷ୍ୟକନ୍ୟା।

ସେମାନଙ୍କ ପୁଅ ମରିଯିବା ଉତ୍ତାରେ ଝିଅର ହାବଭାବ ବଦଳିଗଲା। ତେଣୁ ସେ ଦମ୍ପତି ତାନ୍ତ୍ରିକଙ୍କ ସହ ପରାମର୍ଶ କରିଥିଲେ।

ଝିଅଟି ଏବେ ବିପଦ ମୁକ୍ତ ହୋଇଥିଲେ ବି ଡାକ୍ତରମାନଙ୍କ ପର୍ଯ୍ୟବେକ୍ଷଣରେ ରହିବ ଏବଂ ତା’ ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe