ଆମେରିକାର କେଣ୍ଟୁକିରେ ସେନାର ୨ଟି ‘ବ୍ଲାକ୍‌ ହଅକ୍‌’ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ; ୯ ସୈନିକ ମୃତ

Advertisment
ଆମେରିକାର କେଣ୍ଟୁକିରେ ସେନାର ୨ଟି ‘ବ୍ଲାକ୍‌ ହଅକ୍‌’ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ; ୯ ସୈନିକ ମୃତ

Image Courtesy of CBS News

କେଣ୍ଟୁକି: ବୁଧବାର ରାତିରେ ଆମେରିକାର କେଣ୍ଟୁକିରେ ଦୁଇଟି ‘ବ୍ଲାକ୍‌ ହଅକ୍‌’ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଆମେରିକୀୟ ସେନାର ୯ଜଣ ସୈନିକ ପ୍ରାଣ ହରାଇଥିବା କଥା ଗୁରୁବାର ସକାଳେ ଔପଚାରିକଭାବେ ସୂଚନା ଦିଆଯାଇଛି।

କେଣ୍ଟୁକି-ଟେନିସି ସୀମାନ୍ତରେ ଥିବା ସେନା ଶିବିର ‘ଫ୍ରଣ୍ଟ୍‌ କ୍ୟାମ୍ପ୍‌ବେଲ୍‌’ରୁ ଉଡ଼ାଣ ଆରମ୍ଭ କରିଥିବା ଉକ୍ତ ହେଲିକପ୍ଟର୍‌ ଦୁଇଟି କେଣ୍ଟୁକି ଅନ୍ତର୍ଗତ ଟ୍ରିଗ୍‌ କାଉଣ୍ଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

‘ଫ୍ରଣ୍ଟ୍‌ କ୍ୟାମ୍ପ୍‌ବେଲ୍‌’ କହିଛି, ରାତି ପ୍ରାୟ ୧୦ଟା ବେଳେ ରୁଟିନ୍‌ ଟ୍ରେନିଙ୍ଗ୍‌ ମିସନ୍‌ ଚଳାଉଥିବା ବେଳେ ‘୧୦୧ ଏୟାର୍‌ବୋର୍ଣ୍ଣ ଡିଭିଜନ୍‌’ର ୨ଟି ହେଲିକପ୍ଟର୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ହେଲିକପ୍ଟର୍‌ ୨ଟି ହେଉଛି ‘ଏଚ୍‌ଏଚ୍‌୬୦ ବ୍ଲାକ୍‌ ହଅକ୍‌’।

publive-image Image Courtesy of CBS News

‘୧୦୧ ଏୟାର୍‌ବୋର୍ଣ୍ଣ ଡିଭିଜନ୍‌’ର ଡେପୁଟି କମାଣ୍ଡର୍‌ ବ୍ରିଗେଡିୟର୍‌ ଜେନେରାଲ୍‌ ଜନ୍‌ ଲୁବାସ୍‌ କହିଛନ୍ତି ଯେ, ଗୋଟିଏ‌ ହେଲିକପ୍ଟର୍‌ରେ ୫ଜଣ ଏବଂ ଆଉ ଗୋଟିଏ ହେଲିକପ୍ଟର୍‌ରେ ୪ଜଣ ବ୍ୟକ୍ତି ଥିଲେ। ହେଲିକପ୍ଟର୍‌ ଦୁଇଟି ‘ମେଡିକାଲ୍‌ ଇଭାକ୍ୟୁଏସନ୍‌ ଡ୍ରିଲ୍‌’ କରୁଥିଲେ। କିନ୍ତୁ, ‘ଡ୍ରିଲ୍‌’ ବା ଅଭ୍ୟାସ ବେଳେ ନୁହେଁ, ଉଡୁଥିବା ବ‌େଳେ ହେଲିକପ୍ଟର୍‌ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପରି ମନେହେଉଛି।

ଆବାସିକ ଅଞ୍ଚଳଠାରୁ ଦୂରରେ ଥିବା ଖୋଲା ପଡ଼ିଆରେ ହେଲିକପ୍ଟର୍‌ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଦୁର୍ଘଟଣାସ୍ଥଳରେ କେହି ମୃତାହତ ହୋଇନାହାନ୍ତି। ଏହି ‘ମେଡିକାଲ୍‌ ଇଭାକ୍ୟୁଏସନ୍‌ ଡ୍ରିଲ୍‌’ରେ ସମୁଦାୟ ୪ଟି ହେଲିକପ୍ଟର୍‌ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe