Advertisment

ଆଇପିଏଲ ପୂର୍ବରୁ ଆୟୋଜିତ ହେବ ୯୦ ବଲ ମ୍ୟାଚ: ଦେଖିବାକୁ ମିଳିବ ରୈନା-ଗେଲ୍-ଯୁବରାଜ-ଆଫ୍ରିଦିଙ୍କ ଧୂଆଁଧାର ବ୍ୟାଟିଂ

Advertisment

ମାର୍ଚ୍ଚ ୮ରୁ ୧୯ ପର୍ଯ୍ୟନ୍ତ

ମାର୍ଚ୍ଚ ୮ରୁ ୧୯ ପର୍ଯ୍ୟନ୍ତ

ଆଇପିଏଲ ପୂର୍ବରୁ ଆୟୋଜିତ ହେବ ୯୦ ବଲ ମ୍ୟାଚ: ଦେଖିବାକୁ ମିଳିବ ରୈନା-ଗେଲ୍-ଯୁବରାଜ-ଆଫ୍ରିଦିଙ୍କ ଧୂଆଁଧାର ବ୍ୟାଟିଂ

କୋଲକାତା: ଆଇପିଏଲ ୨୦୨୪ ପାଇଁ ସିଡ୍ୟୁଲ ଘୋଷଣା ହୋଇ ସାରିଛି। ମାର୍ଚ୍ଚ ୨୨ରୁ ଏହା ଆରମ୍ଭ ହେବ। ଏପରିସ୍ଥଳେ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ସେମାନେ ଆଇପିଏଲ ଭଳି ଅନ୍ୟ ରୋମାଞ୍ଚକର ଲିଗର ଆନନ୍ଦ ନେଇ ପାରିବେ। ଆଇପିଏଲ ଭଳି ଅନ୍ୟ ଏକ ଲିଗର ଘୋଷଣା କରାଯାଇଛି। ଏହି ଲିଗରେ ଚୌକା-ଛକାର ବର୍ଷାହେବ। ୯୦ ବଲର ଏହି ଲିଗରେ ଭାରତ ଏବଂ ଅନ୍ୟ ଦେଶର ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିବ।

ଆଇପିଏଲ ପୂର୍ବରୁ ଏହି ୯୦ ବଲ ଅର୍ଥାତ ୧୫ ଓଭରର ମ୍ୟାଚ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୯ରେ ଶେଷ ହେବ। ଇଂଲଣ୍ଡରେ ୧୦୦ ବଲ ଲିଗ ଆରମ୍ଭ ହୋଇ ସାରିଛି। ଏହାର ନାମ ଦ ହଣ୍ଡ୍ରେଡ ରହିଛି।
ଏବେ ଘୋଷଣା ହୋଇଥିବା ଏହି ନୂଆ ଲିଗର ନାମ ହେଉଛି ଲିଜାଣ୍ଡସ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହା ଶ୍ରୀଲଙ୍କାରେ ଖେଳାଯିବ। ମ୍ୟାଚରେ କୌଣସି ଏକ ଦଳର ବୋଲର ସର୍ବାଧିକ ୩ ଓଭର ବୋଲିଂ କରି ପାରିବେ। ଏହି ଲିଗରେ ଭାରତର ଯୁବରାଜ ସିଂ , ସୁରେଶ ରୈନା, ପାକିସ୍ତାନର ପୂର୍ବ ଅଲରାଊଣ୍ଡର ଶାହିଦ ଆଫ୍ରିଦି, କ୍ରିସ ଗେଲ୍ ପ୍ରମୁଖଙ୍କର ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିବ।

ଏହି ଟୁର୍ଣ୍ଣାମେଣ୍ଟରେ ୭ ଟିମ ଅଂଶଗ୍ରହଣ କରିବେ। ସେସବୁ ଟିମ ମଧ୍ୟରେ ଦୁବାଇ ଜ୍ୟାଣ୍ଟସ୍, ରାଜସ୍ଥାନ କିଙ୍ଗ୍ସ, ଦିଲ୍ଲୀ ଡେଭିଲ୍ସ, କ୍ୟାଣ୍ଡି ସେମ୍ପ୍ ଆର୍ମି, ପଞ୍ଜାବ ରୟାଲ୍ସ, ଏନୱାଇ ସୁପର ଷ୍ଟାଇକର୍ସ, ଏବଂ କଲମ୍ବୋ ଲାୟନ୍ସ ପ୍ରମୁଖ ରହିଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୨ଟି ମ୍ୟାଚ ଖେଳାଯିବ। ଏହା ଏହି ଲିଗର ଦ୍ବିତୀୟ ସିଜିନ। ଏହାର ପ୍ରଥମ ସିଜିନ ୨୦୨୩ରେ ଭାରତରେ ‌ଖେଳା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe