Texas: ହନୁମାନଙ୍କୁ ନେଇ ଆମେରିକାରେ ବିବାଦ ! ଭାରତୀୟ-ଆମେରିକୀୟ ମୁହାଁମୁହିଁ

Advertisment
New Project (9)

90-feet tall Hanuman statue Photograph: (sambad.in)

ଓ୍ଵାସିଂଟନ୍: ଆମେରିକାର ଟେକ୍ସାସରେ ଭଗବାନ ହନୁମାନଙ୍କ ଏକ ବିଶାଳ ପ୍ରତିମାକୁ ନେଇ ବିବାଦ ଦେଖାଦେଇଛି। ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିରରେ ଭଗବାନ ହନୁମାନଙ୍କ ପ୍ରତିମା ଉପରେ ଟେକ୍ସାସର ଜଣେ କର୍ମୀଙ୍କ ମନ୍ତବ୍ୟରୁ ଏହି ବିବାଦ ସୃଷ୍ଟି ହୋଇଛି। ସୁଗାର ଲ୍ୟାଣ୍ଡରେ ଥିବା ୯୦ ଫୁଟ ଉଚ୍ଚ ପ୍ରତିମାକୁ ଭାରତୀୟମାନଙ୍କ ଦ୍ୱାରା ଆମେରିକୀୟ ଜମି ଦଖଲ କରିବାର ପ୍ରୟାସ ବୋଲି କହିବା ପରେ ଭାରତୀୟମାନଙ୍କ କ୍ରୋଧ ସାମ୍ନାକୁ ଆସିଛି। ଏହି ପ୍ରତିମା ହିନ୍ଦୁମାନଙ୍କ ଦ୍ୱାରା ସେମାନଙ୍କ ବ୍ୟକ୍ତିଗତ ଜମିରେ ନିର୍ମିତ ହୋଇଛି ଏବଂ ତାଙ୍କୁ ଏପରି ମନ୍ତବ୍ୟ ଦେବା ଉଚିତ୍ ନୁହେଁ ବୋଲି ପ୍ରବାସୀ ଭାରତୀୟମାନେ ସଫା ସଫା ଶୁଣାଇ ଦେଇଛନ୍ତି।

ଡଲାସ୍-ଫୋର୍ଟ ୱର୍ଥ ଅଞ୍ଚଳର ଜଣେ ରିପବ୍ଲିକାନ୍ ସାମାଜିକକର୍ମୀ ତଥା ମାଗା ସମର୍ଥକ କାର୍ଲୋସ୍ ଟର୍ସିଓସ୍ ଏକ୍ସରେ ଭଗବାନ ହନୁମାନଙ୍କ ପ୍ରତିମାର ଏକ ଭିଡିଓ ସେୟାର କରିଛନ୍ତି। ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, "ତୃତୀୟ ବିଶ୍ୱର ଏଲିଏନ୍ ଧୀରେ ଧୀରେ ଟେକ୍ସାସ ଓ ଆମେରିକାକୁ କବଜା କରୁଛନ୍ତି। ଏହି ଦଖଲକୁ ବନ୍ଦ କରିବା ପାଇଁ ଆମେରିକୀୟମାନଙ୍କୁ ଆଗକୁ ବଢ଼ିବାକୁ ପଡିବ ବୋଲି ସେ ପୋଷ୍ଟ କରିଥିବା ବେଳେ କାର୍ଲୋସ ଟର୍ସିଓସଙ୍କର ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ଭାରତୀୟମାନେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

ସେପଟେ ଜଣେ ୟୁଜର୍ସ କାର୍ଲୋସଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି, "ହିନ୍ଦୁମାନେ ନିଜ ଜମିରେ, ନିଜ ଟଙ୍କାରେ ମନ୍ଦିର ନିର୍ମାଣ କରିଥିଲେ। ଆପଣ ବହୁ ବର୍ଷ ପୂର୍ବରୁ କଲଚର ଵାର୍ (ସଂସ୍କୃତି ଯୁଦ୍ଧ)ରେ ହାରିଯାଇଛନ୍ତି, ଆଗକୁ ମଧ୍ୟ ହାରିବେ। ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ଟେକ୍ସାସର ଏକ ମନ୍ଦିର ପରିସରରେ ସ୍ଥାପିତ ଭଗବାନ ହନୁମାନଙ୍କ ୯୦ ଫୁଟ ଉଚ୍ଚ ପ୍ରତିମା ଅନେକ ଥର ଖବରରେ ରହିଛି। ଏହି ପ୍ରତିମା ଅଗଷ୍ଟ ୨୦୨୪ରେ ଉଦ୍ଘାଟିତ ହୋଇଥିଲା। ଏହା ଉତ୍ତର ଆମେରିକାରେ ସବୁଠାରୁ ଉଚ୍ଚ ପ୍ରତିମା। ଏହାର ନିର୍ମାଣ ସମୟରେ, ନିକଟସ୍ଥ ଏକ ଚର୍ଚ୍ଚର ସଦସ୍ୟମାନେ ବିରୋଧ କରିଥିଲେ ସୁଦ୍ଧା ଏହି ପ୍ରତିମା ନିର୍ମାଣରେ କୌଣସି ବାଧା ସୃଷ୍ଟି ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe