ଭାରତର ୯୦ ପ୍ରତିଶତ ଅଞ୍ଚଳରେ ଗ୍ରୀଷ୍ମଲହରି ବିପଦ

Advertisment

ଚରମ ପାଣିପାଗ ଦେଶର ପ୍ରଗତି ପାଇଁ ବାଧକ

ଚରମ ପାଣିପାଗ ଦେଶର ପ୍ରଗତି ପାଇଁ ବାଧକ

ଭାରତର ୯୦ ପ୍ରତିଶତ ଅଞ୍ଚଳରେ ଗ୍ରୀଷ୍ମଲହରି ବିପଦ

ନୂଆଦିଲ୍ଲୀ : ଭାରତର ୯୦ ପ୍ରତିଶତରୁ ଅଧିକ ଅଞ୍ଚଳରେ ଗ୍ରୀଷ୍ମଲହରିର ବିପଦ ରହିଛି ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ବାରମ୍ବାର ଘଟୁଛି ବୋଲି ଏକ ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି। କେମ୍ବ୍ରିଜ୍ ବଶ୍ବବିଦ୍ୟାଳୟର ରମିତ ଦେବନାଥ ଓ ସହଯୋଗୀମାନେ ଏହି ଅନୁଧ୍ୟାନ ପରିଚାଳନା କରିଥିଲେ। ବିଶେଷତଃ ଦିଲ୍ଲୀ ତାପଲହରି ଦ୍ବାରା ସବୁଠୁ ବେଶି ପ୍ରଭାବିତ ହେବ ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ ପାଇଁ ଭାରତର ପ୍ରଚେଷ୍ଟାକୁ ତାପଲହରି ବାଧା ପ୍ରଦାନ କରୁଛି। ଚରମ ପାଣିପାଗ ଯୋଗୁ ଲୋକଙ୍କର ବାହାରେ କାମ କରିବା କ୍ଷମତା ୧୫ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ବାରା ୨୦୫୦ ସୁଦ୍ଧା ୪୮୦ ନିୟୁତ ଲୋକଙ୍କ ଜୀବନ ଧାରଣର ମାନ ହ୍ରାସ ପାଇବା ସହ ଜିଡିପି ଅଭିବୃଦ୍ଧି ମଧ୍ୟ ୨.୮ ପ୍ରତିଶତ ହ୍ରାସ ପାଇପାରେ ବୋଲି କୁହାଯାଇଛି।

ପୁନଶ୍ଚ ତାପଲହରି ଯୋଗୁ ୧୯୯୨ରୁ ଏ ଯାବତ୍ ୨୪,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାଦ୍ବାରା ଉତ୍ତରଭାରତରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ସହ ହିମଶୈଳ ଦ୍ରୁତ ତରଳିବା ଦେଖାଯାଉଛି। ନିକଟରେ ଅଂଶୁଘାତରେ ମହାରାଷ୍ଟ୍ରରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଗ୍ରୀଷ୍ମଲହରିରେ ଏତେ ଲୋକ ମରିବା ଦେଶର ଇତିହାସରେ ପ୍ରଥମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe