ଆମେରିକାରେ ଗୁଳିକରି ୨୩ ଜଣଙ୍କୁ ମାରିଥିବା ବ୍ୟକ୍ତିକୁ ୯୦ ବର୍ଷ ଜେଲ, ମୃତ୍ୟୁଦଣ୍ଡ ବି ହୋଇପାରେ

Advertisment
ଆମେରିକାରେ ଗୁଳିକରି ୨୩ ଜଣଙ୍କୁ ମାରିଥିବା ବ୍ୟକ୍ତିକୁ ୯୦ ବର୍ଷ ଜେଲ, ମୃତ୍ୟୁଦଣ୍ଡ ବି ହୋଇପାରେ

ଟେକ୍ସାସ୍ : ଆମେରିକାରେ ସର୍ବସାଧାରଣ ସ୍ଥାନରେ ଗୁଳିକାଣ୍ଡ କରିବା ଏକ ସାଧାରଣ ଘଟଣା ହୋଇଗଲାଣି । କିନ୍ତୁ ୨୦୧୯ରେ ଏପରି ଏକ ଘଟଣା ଘଟାଇଥିବା ଜଣେ ବ୍ୟକ୍ତିକୁ କଠୋର ଦଣ୍ଡାଦେଶ ହୋଇଛି । ତାକୁ ଲମ୍ବା ବର୍ଷ ଜେଲଦଣ୍ଡାଦେଶ ହୋଇଥିବାବେଳେ ମୃତ୍ୟୁଦଣ୍ଡ ବି ହୋଇପାରେ ।

ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ୨୦୧୯ରେ ଏଲ୍ ପାସୋରେ ହୋଇଥିବା ଏକ ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲେ। ସେ ଏକ  ୱାଲମାର୍ଟ ମଲ୍ ଭିତରେ ଆଖିବୁଜା ଗୁଳି ଚଳାଇ ୨୩ ଜଣଙ୍କୁ ହତ୍ୟା କରିଥିଲା। ପାଟ୍ରିକ୍ କ୍ରୁସିୟସ ନାମକ ଏହି ଯୁବକକୁ ଚଳିତ ବର୍ଷ ପ୍ରାରମ୍ଭରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏବେ ଏହି ବ୍ୟକ୍ତିଙ୍କୁ ୯୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ତେବେ ପ୍ୟାଟ୍ରିକ୍ ଙ୍କୁ ଆହୁରି ବଡ଼ ଦଣ୍ଡ ଭାବେ ମୃତ୍ୟୁଦଣ୍ଡ ଭୋଗିବାକୁ ପଡ଼ିପାରେ ।

ଶୁଣାଣି ସମୟରେ ପ୍ୟାଟ୍ରିକ୍ କ୍ରୁସିୟସ୍ କୋର୍ଟରେ କିଛି କହିନଥିଲା । ତେବେ ତାଙ୍କ ଓକିଲ ନିଶ୍ଚିତ ଭାବେ ତାଙ୍କ ପକ୍ଷ ରଖିଥିଲେ। ଟେକ୍ସାସ ଟ୍ରିବ୍ୟୁନ୍ ଖବରକାଗଜ ଅନୁଯାୟୀ, ତାଙ୍କ ଓକିଲ କହିଛନ୍ତି ଯେ ଉକ୍ତ ଯୁବକ ମାନସିକ ରୋଗରେ ପୀଡ଼ିତ ଥିଲା, ଯାହା ଫଳରେ ସେ ଗୁଳିକାଣ୍ଡ ଘଟାଇଥିଲା । ତେବେ ବିଚାରପତି ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ । ପ୍ରତିପକ୍ଷ ଓକିଲ କହିଥିଲେ ଯେ ସଂପୃକ୍ତ ଯୁବକ ନିଜ କଣ କରୁଛି ଓ ତାହାର ପରିଣାମ ସମ୍ପର୍କରେ ଭଲଭାବରେ ଜାଣିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe