ଗଙ୍ଗା ନଦୀକୁ ଦୂଷିତ କରିବାରେ ଉତ୍ତରପ୍ରଦେଶ-ବିହାର ଅଧିକ ଦାୟୀ

Advertisment
ଗଙ୍ଗା ନଦୀକୁ ଦୂଷିତ କରିବାରେ ଉତ୍ତରପ୍ରଦେଶ-ବିହାର ଅଧିକ ଦାୟୀ

ନୂଆଦିଲ୍ଲୀ: ଗଙ୍ଗା ନଦୀର ପ୍ରବାହ ଏହାରି ଉପରେ ନିର୍ମିତ ୯୦୦ରୁ ଅଧିକ ଡ୍ୟାମ୍‌ ଓ ବ୍ୟାରେଜ ଯୋଗୁଁ ପ୍ରଭାବିତ ହୋଇଛି। ଗଙ୍ଗା ନଦୀକୁ ଦୂଷିତ କରିବାରେ ବିହାର ଏବଂ ଉତ୍ତରପ୍ରଦେଶର ଲୋକମାନେ ଅଧିକ ଦାୟୀ ବୋଲି ଏକ କାର୍ଯ୍ୟକ୍ରମରେ ପରିବେଶବିଦ୍‌ମାନେ କହିଛନ୍ତି। ଏହାର ସଂରକ୍ଷଣ ଏବେ ବିପଦ ପରିସ୍ଥିତି ଦେଇ ଗତି କରୁଛି। ପରିବେଶବିଦ୍‌ମାନେ କହିଛନ୍ତି, ନଦୀର ସଂରକ୍ଷଣ ପାଇଁ ଏହାର ପ୍ରବାହକୁ ସଂଶୋଧନ କରାଯିବା ଦରକାର ଏବଂ ସହରର ଛଡା ନଯାଉଥିବା ଦୂଷିତ ଜଳ ଏବଂ ଅନ୍ୟ ପଦାର୍ଥ ପ୍ରତି ନିଷିଦ୍ଧାଦେଶ ଜାରି କରାଯିବା ଦରକାର। ପରିବେଶବିଦ୍‌ ଏବଂ ଜଳ ସମ୍ବଳ ବିଶେଷଜ୍ଞ ରବି ଚୋପ୍ରା କହିଛନ୍ତି, ସରକାର ଗଙ୍ଗାର ସଫାଇ ବ୍ୟବସ୍ଥା ଧ୍ୟାନ କେନ୍ଦ୍ରୀତ କରୁଛି। ଏହା ଅସୁରକ୍ଷିତ ହୋଇପଡ଼ିଛି। ଏଥି ପାଇଁ ବର୍ତ୍ତମାନ କ୍ଷେତ୍ରରେ ନଦୀର ପ୍ରବାହକୁ ସଂଶୋଧନ କରାଯିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ।

publive-image

‘କେନ ଇଣ୍ଡିଆ ରେଜୁଭେନେଟ ଗଙ୍ଗା’ ବିଷୟକ କାର୍ଯ୍ୟକ୍ରମରେ ପରିବେଶବିଦ୍‌ମାନେ କହିଛନ୍ତି, ଗଙ୍ଗା ନଦୀ ଉପରେ ୯୪୦ ଡ୍ୟାମ୍‌ ଓ ବ୍ୟାରେଜ ନିର୍ମାଣ କରାଯାଇଛି। ପରିବେଶବିଦ୍‌ ମନୋଜ ମିଶ୍ରା କହିଛନ୍ତି, ସହରର ଅଳିଆ ଆବର୍ଜନା ଗଙ୍ଗାରେ ମିଶାଇବା ହେଉଛି ପ୍ରଦୂଷଣର ମୁଖ୍ୟ କାରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe